ନୂଆଦିଲ୍ଲୀ: ରାମ ଜନ୍ମଭୂମି ବାବ୍ରି ମସ୍ଜିଦ ଜମି ବିବାଦ ପାଇଁ ସୁପ୍ରିମ କୋର୍ଟ ଦ୍ୱାରା ଗଠନ କରାଯାଇଥିବା ମଧ୍ୟସ୍ଥି କମିଟି ଏହାର ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିବା ସମ୍ଭାବନା ରହିଛି। ପବିତ୍ର ରମଜାନ୍ ଯୋଗୁଁ ଆଲୋଚନା ବିଳମ୍ବ ହୋଇପାରେ ବୋଲି ସୂଚନା ଦିଆଯାଇଛି।
ସୂଚନା ଥାଉକି, ଅଯୋଧ୍ୟାର ୨.୭୭ ଏକର ଜମିକୁ ନେଇ ସୁନ୍ନି ୱକଫ ବୋର୍ଡ, ନିର୍ମହୀ ଅାଖଡା ଏବଂ ରାମ ଲାଲା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ସୁପ୍ରିମ କୋର୍ଟ ମାର୍ଚ୍ଚ ୮ରେ ଏକ ୩ ଜଣିଆ ମଧ୍ୟସ୍ଥି କମିଟି ଗଠନ କରିଥିଲେ। ଅବସରପ୍ରାପ୍ତ ବିଚାରପତି ଇବ୍ରାହିମ୍ କଲିଫୁଲ୍ଲା ଏହି କମିଟିର ମୁଖ୍ୟ ଥିବା ବେଳେ ବରିଷ୍ଠ ଆଡ଼ଭୋକେଟ୍ ଶ୍ରୀରାମ ପଞ୍ଚୁ ଏବଂ ଶ୍ରୀ ଶ୍ରୀ ରବି ଶଙ୍କର ଏହାର ସଦସ୍ୟ ଅଛନ୍ତି। ବିବାଦରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ୮ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ। ଏହାର ପ୍ରଥମ ବୈଠକ ମାର୍ଚ୍ଚ ୧୩ରେ ଫୈଜାବାଦଠାରେ ହୋଇଥିବା ବେଳେ ଏଥିରେ ସମସ୍ତ ପକ୍ଷର ଆଇନ ପରାମର୍ଶଦାତାଙ୍କ ସମେତ ୫୦ରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ। ଏହା ପରେ ତିନିଟି ବୈଠକ ହୋଇଥିଲେ ମଧ୍ୟ ମୁସଲିମ ସଦସ୍ୟମାନେ ରମଜାନ୍ ଯୋଗୁଁ ଯୋଗ ଦେଇପାରିନଥିଲେ। ଆଲୋଚନାର ରିପୋର୍ଟ ଦେବା ପାଇଁ ମେ’ ୧୩ ସମୟସୀମା ନିର୍ଧାରଣ କରାଯାଇଥିବା ବେଳେ ମୁସଲିମ ସଦସ୍ୟମାନେ ଆଲୋଚନାରେ ଯୋଗଦେଇପାରୁନଥିବାରୁ କମିଟିର ଅବଧିକୁ ୨ ମାସ ବଢାଇବା ପାଇଁ ଅନୁରୋଧ କରାଯାଇପାରେ ବୋଲି ଜଣେ ଆଇନ ପରାମର୍ଶଦାତା କହିଛନ୍ତି। ଏନେଇ କୌଣସି ଆବେଦନ ଏଯାବତ କରାଯାଇନାହିଁ।ତେବେ କମିଟିର କାର୍ଯ୍ୟକାଳ ବଢାଇବାକୁ ନେଇ ରାମ ଜନ୍ମଭୂମି ନ୍ୟାସ ତରଫରୁ ବିରୋଧ କରାଯାଉଛି। ମଧ୍ୟସ୍ଥିଙ୍କ ଜରିଆରେ ବିବାଦର ସମାଧାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇସାରିଛି, ତେଣୁ ଏହାର ଅବଧି ବଢାଇବାକୁ ବିରୋଧ କରୁଛୁ ବୋଲି ନ୍ୟାସର ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏକ ବୈଠକ ପରେ ନିର୍ମହୀ ଅାଖଡା କମିଟିର ଅବଧି ବଢାଇବାକୁ ବିରୋଧ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଆଖଡ଼ାର ମୁଖ୍ୟ ଧୀରେନ୍ଦ୍ର ଦାସ କହିଛନ୍ତି ସୁପ୍ରିମ କୋର୍ଟ ଯାହା ନିଷ୍ପତ୍ତି ନେବେ ସେମାନେ ଗ୍ରହଣ କରିବେ।
ବିଳମ୍ବିତ ହୋଇପାରେ ଅଯୋଧ୍ୟା ଆଲୋଚନା
/sambad/media/post_attachments/wp-content/uploads/2019/05/ayodhya-dispute.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)