ଅଯୋଧ୍ୟା ମାମଲା: ଶୁଣାଣି ତାରିଖ ଗୋଟିଏ ଦିନ କମାଇଲେ ସୁପ୍ରିମ୍‌ କୋର୍ଟ

୧୭ ଅକ୍ଟୋବର ଦଲିଲ ଉପସ୍ଥାପନର ଶେଷ ତାରିଖ

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ଜମି ମାମଲା ଶୁଣାଣି ତାରିଖକୁ ଆଜି ସୁପ୍ରିମ୍‌ କୋର୍ଟ ଗୋଟିଏ ଦିନ କମାଇ ଦେଇଛନ୍ତି। ଏ ବାବଦରେ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଅକ୍ଟୋବର ୧୮ ତାରିଖ ଶୁଣାଣିର ଶେଷ ଦିବସ ବୋଲି ଧାର୍ଯ୍ୟ କରିଥିଲେ । ତେବେ ୧୭ ତାରିଖରେ ହିଁ ସମସ୍ତ ପକ୍ଷର ଦଲିଲ୍‌ ଉପସ୍ଥାପନ ସରିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ କାର୍ଯ୍ୟକାଳ ୧୭ ନଭେମ୍ବରରେ ଶେଷ ହେବ। ଏହା ପୂର୍ବରୁ ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ୧୭ ଅକ୍ଟୋବରରେ ଶୁଣାଣି ପ୍ରକ୍ରିୟା ଶେଷ ହେଲେ ବିଚାରପତିଙ୍କ ହାତରେ ରାୟ ପାଇଁ ୪ ସପ୍ତାହ ରହିବ ଏବଂ ୧୭ ନଭେମ୍ବରରେ ରାୟ ପ୍ରକାଶ ପାଇପାରିବ। ଅଯୋଧ୍ୟା ରାୟ ଉପରେ ପୂରା ବିଶ୍ବର ନଜର ରହିଥିବା ବେଳେ ଉଭୟ ହିନ୍ଦୁ ଏବଂ ମୁସ୍‌ଲିମ୍‌ ପକ୍ଷର ଦଲିଲ୍‌ ଉପସ୍ଥାପନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧିତ ଖବର