ନୂଆଦିଲ୍ଲୀ: ଅଯୋଧ୍ୟାର ଗୁପ୍ତାର ଘାଟକୁ ଆସିଥିବା ଗୋଟିଏ ପରିବାରର ୧୨ଜଣ ସଦସ୍ୟ ବୁଡ଼ି ଯିବାର ଖବର ସାମ୍ନାକୁ ଆସିଛି। ଏଥିରେ ମହିଳା ଓ ଶିଶୁ ବି ରହିଥିବା ସୂଚନା ମିଳିଛି। ଏହି ପରିବାର ସରୟୁକୁ ନଦୀକୁ ସ୍ନାନ ପାଇଁ ଆସିଥିଲେ। ଏହି ସମୟରେ ଏହି ଅଘଟଣ ଘଟି ଯାଇଥିବା କୁହାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ଘଟଣା ଆଗ୍ରାରେ ଘଟିଥିବା କୁହାଯାଉଛି। ପରିବାର ୧୫ଜଣ ସଦସ୍ୟ ସରୟୁ ନଦୀର ଗୁପ୍ତାର ଘାଟକୁ ସ୍ନାନ ପାଇଁ ଯାଇଥିଲେ। ସେତେବେଳେ ନଦୀର ସ୍ରୋତ ଅଧିକ ଥିବାରୁ କିଛି ଜଣ ଭାସି ଯାଇଥିଲେ। ଭାସି ଯାଉଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଅନ୍ୟମାନେ ଚେଷ୍ଟା କରୁଥିବା ବେଳେ ସେମାନେ ବି ଭାସି ଯାଇଥିଲେ। ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଘାଟ ନିକଟକୁ ଆସି ପୁଲିସକୁ ଖବର ଦେଇଥିଲେ।
ଅଯୋଧ୍ୟା ଡିଏମଙ୍କ ସୂତ୍ରରୁ ପ୍ରକାଶ, ସରୟୁ ନଦୀରେ ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ସତୀଶ, ନମନ ଓ ଅଶୋକ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ade462c1-f6ab-4ef4-be34-fea9e1f0a0f7.jpg)