ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ବିବାଦ ନେଇ ଆଜି ସୁପ୍ରିମ୍ କୋର୍ଟରେ ନବମ ଦିବସର ଶୁଣାଣି ହୋଇଥିଲା। ୬ ଅଗଷ୍ଟରୁ ଅଦାଲତ ଏହି ମାମଲାରେ ନିୟମିତ ଶୁଣାଣି କରୁଛନ୍ତି। ଆଜି ଶୁଣାଣିରେ ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି ଯେ ଏହି ଜଟିଳ ମାମଲାର ଶୁଣାଣି ପ୍ରମାଣ ଆଧାରରେ ହେବ ଏବଂ ଏହାକୁ କୌଣସି ଧର୍ମଗ୍ରନ୍ଥ ଆଧାରରେ ଶୁଣାଣି କରାଯିବ ନାହିଁ। ଏହି ମାମଲା ଜମି ବିବାଦ ସହିତ ଜଡ଼ିତ ଥିବାରୁ ଆମେ ସେହି ଦିଗରୁ ମାମଲାକୁ ଦେଖିବୁ ବୋଲି ଗୋଗଇ କହିଥିଲେ। ଆସନ୍ତାକାଲି ମଧ୍ୟ ମାମଲାର ଶୁଣାଣି ଜାରି ରହିବ। ଆଜି ହିନ୍ଦୁ ପକ୍ଷରୁ ଦଲିଲ୍ ଉପସ୍ଥାପନ ବେଳେ ରାମଲଲା ବିରାଜମାନର ଓକିଲ କହିଥିଲେ ଯେ ରାମଲଲା ନାବାଳକ ଏବଂ ତାଙ୍କର ସମ୍ପତ୍ତିକୁ କେହି ବଳପୂର୍ବକ ଅକ୍ତିଆର କରିପାରିବେ ନାହିଁ। ବିବାଦୀୟ ଜମିରେ ପୂର୍ବରୁ ରାମ ମନ୍ଦିର ରହିଛି ଏବଂ ସମଗ୍ର ଦେଶର ଆସ୍ଥା ଏହା ସହିତ ଜଡ଼ିତ ବୋଲି ରାମଲଲା ଓକିଲ ସି.ଏସ୍. ବୈଦ୍ୟନାଥନ କହିଥିଲେ।
ସୁପ୍ରିମ୍ କୋର୍ଟରେ ଅଯୋଧ୍ୟା ମାମଲା : ଧର୍ମଗ୍ରନ୍ଥ ନୁହେଁ, ପ୍ରମାଣ ଆଧାରରେ ଶୁଣାଣି
/sambad/media/post_attachments/wp-content/uploads/2019/08/Ayodhya-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)