ନୂଆଦିଲ୍ଲୀ:ଅଯୋଧ୍ୟା ଜମି ବିବାଦ ମାମଲାରେ ସୁନ୍ନୀ ୱାକଫ ବୋର୍ଡ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ଆବେଦନ କରିବ ନାହିଁ  ବୋଲି ଜଣାଯାଇଛି। ୱାକଫ ବୋର୍ଡର ୮ଜଣ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ପୁନର୍ବିଚାର ଆବେଦନ ନ କରିବା ସପକ୍ଷରେ ମତ ରଖିଥିବା ଜଣାଯାଇଛି। ଏଣୁ ସୁନ୍ନୀ ୱାକଫ ବୋର୍ଡ ପୁନର୍ବିଚାର ଆବେଦନ କରିବ ନାହିଁ । ତେବେ ଅନ୍ୟତ୍ର ୫ ଏକର ଜମି ମିଳିବା ପରେ ଅନ୍ୟ ପ୍ରସଙ୍ଗରେ ସୁନ୍ନୀ ୱାକଫ ଆଲୋଚନା କରିବ ବୋଲି ଜଣାଯାଇଛି।

Advertisment


ସୂଚନାଯୋଗ୍ୟ, ଆଜି ଅର୍ଥାତ ୨୬ ତାରିଖରେ ଏସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସୁନ୍ନୀ ୱାକଫ ପକ୍ଷରୁ କୁହାଯାଇଥିଲା। ମସଜିଦ୍ ନିର୍ମାଣଲାଗି ଅନ୍ୟତ୍ର ୫ ଏକର ଜମି ଦେବାକୁ ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ।

ପୂର୍ବରୁ ଏହି ପୁନର୍ବିଚାର ଆବେଦନକୁ ନେଇ ନସିରଦ୍ଦୁନି ଶାହ, ଶବାନା ଆଜମୀ, ଉର୍ଦ୍ଦୁ ସ୍ତମ୍ଭକାର ହାସନ କାମଲା, ସାମ୍ବାଦିକ ଜାଭେଦ ଆନନ୍ଦ ଓ ସାମାଜିକ କର୍ମୀ ଫିରୋଜଙ୍କ ସମେତ ପ୍ରମୁଖ ଶତାଧିକ ଜଣାଶୁଣା ମୁସଲିମ ବ୍ୟକ୍ତିବିଶେଷ ବିରୋଧ କରିଥିଲେ।