ଜାନୁୟାରୀ ୩ରେ ସୁପ୍ରିମକୋର୍ଟରେ ଆଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ଜାନୁୟାରୀ ୪ରେ ସୁପ୍ରିମକୋର୍ଟ ରାମଜନ୍ମଭୂମି ବାବରୀ ମସଜିଦ ମାମଲା ସଂପର୍କିତ କେତେକ ପିଟିସନର ଶୁଣାଣି କରିବେ । ଏହି ବିବାଦଟି ଏକ ଜମି ମାଲିକାନା ମାମଲା ବା ଟାଇଟେଲ ସୁଟ ବୋଲି ପୂର୍ବରୁ ହିଁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ଏହି ମାମଲାର ରାୟ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଭାରତୀୟ ରାଜନୀତିରେ ଏହାର ଏକ ବଡ଼ ପ୍ରଭାବ ରହିବା ଆଶଙ୍କା କରାଯାଉଛି ।

ଏହି ମାମଲାରେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ମୋଟ ୧୪ଟି ମାମଲା ଦାଏର ହୋଇଥିଲା । ଏସବୁ ମାମଲାର ଶୁଣାଣି ପାଇଁ ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏକ ୩ ଜଣିଆ ବେଞ୍ଚ ଗଠନ କରିବାର ସମ୍ଭାବନା ରହିଛି । ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ ଯେ ବିବାଦୀୟ ଜମିକୁ ୩ ଭାଗରେ ବିଭକ୍ତ କରାଯାଉ ଓ ଗୋଟିଏ ଭାଗ ରାମଲାଲା ବିରାଜମାନ, ଆଉ ଏକ ଭାଗ ନିର୍ମୋହି ଆଖାଡା ଓ ୩ୟ ଟି ସୁନ୍ନି ଓ୍ଵାକଫ ବୋର୍ଡକୁ ଦିଆଯାଉ ।

ସମ୍ବନ୍ଧିତ ଖବର