ଅଯୋଧ୍ୟା ମାମଲା: ୧୮ ଅକ୍ଟୋବର ହିଁ ଶୁଣାଣିର ଶେଷ ଦିନ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟ ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ ୧୮ ଅକ୍ଟୋବରରେ ହିଁ ଏହି ମାମଲାରେ ଶୁଣାଣିର ଶେଷ ଦିବସ ଏବଂ ଏହା ପରେ ଆଉ କୌଣସି ଶୁଣାଣି ହେବନାହିଁ। ଆଜି ପର୍ଯ୍ୟନ୍ତ ୩୧ ଦିନର ଶୁଣାଣି ଶେଷ ହୋଇଛି ଏବଂ ଆଉ ୧୦ ଦିନ ଶୁଣାଣି ବାକି ଅଛି। ସମସ୍ତ ପକ୍ଷ ସେମାନଙ୍କ ଦଲିଲ୍‌ ନିର୍ଦ୍ଦାରିତ ସମୟ ମଧ୍ୟରେ ରଖିବାକୁ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ କହିଛନ୍ତି। ପ୍ରଧାନ ବିଚାରପତି ୧୭ ନଭେମ୍ବରରେ ଅବସର ନେଉଥିବାରୁ ଏହା ପୂର୍ବରୁ ଏହି ମାମଲାରେ ରାୟ ଆସିବା ସମ୍ଭାବନା ବଳବତ୍ତର ହୋଇଛି ।

ସମ୍ବନ୍ଧିତ ଖବର