ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁନ୍ନି ୱକଫ୍ ବୋର୍ଡ ମାଲିକାନା ହକ୍ ଦାବି ପରିତ୍ୟାଗ କରି ମାମଲାରୁ ଓହରି ଆସିବାକୁ ପ୍ରସ୍ତାବ ଦେଇଥିବା ଖବର ପ୍ରଘଟ ହେବାପରେ ଏହାକୁ ନେଇ ବିଭିନ୍ନ ମୁସ୍ଲିମ୍ ପକ୍ଷ ବିସ୍ମୟ ପ୍ରକଟ କରିଛନ୍ତି। ଜମି ବିବାଦରେ ଆପୋଷ ସମାଧାନ ପ୍ରସ୍ତାବକୁ ସୁନ୍ନି ୱକଫ୍ ବୋର୍ଡ ବ୍ୟତୀତୀ ଅନ୍ୟ ସମସ୍ତ ମୁସ୍ଲିମ ପକ୍ଷ ବିରୋଧ କରୁଛନ୍ତି ବୋଲି ଏମ୍ ସିଦିକ୍ଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଇଜାଜ୍ ମକ୍ବୁଲ କହିଛନ୍ତି। ଏହି ମାମଲାରେ ଏବେ ବିଭ୍ରାନ୍ତି ବଢ଼ୁଥିବାରୁ ଏ ବାବଦରେ ୱକର୍ଫ ବୋର୍ଡ ଖୁବ୍ଶୀଘ୍ର ବିବୃତି ଜାରି କରି ସ୍ଥିତି ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି। ମୁସ୍ଲିମ ପକ୍ଷର ଅନ୍ୟ ଓକିଲମାନେ ମଧ୍ୟ ୱକଫ୍ ବୋର୍ଡ ନିଷ୍ପତ୍ତିକୁ ନେଇ ବିସ୍ମୟ ପ୍ରକାଶ କରିଛନ୍ତି। ୱକଫ୍ ବୋର୍ଡ ଅନ୍ୟତ୍ର ମସ୍ଜିଦ୍ ନିର୍ମାଣ ପାଇଁ ପ୍ରସ୍ତୁତ ଅଛି ଏବଂ ବିବାଦୀୟସ୍ଥଳରେ ଜମି ଛାଡ଼ିବାକୁ ସଂପୂର୍ଣ୍ଣ ରାଜି ଅଛି ବୋଲି ମଧ୍ୟସ୍ଥତା କମିଟି ରିପୋର୍ଟରେ କୁହାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା। ୱକଫ୍ ବୋର୍ଡର କେତେକ ସଦସ୍ୟ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ତେବେ ଏଥିପାଇଁ କେତେକ ସର୍ତ୍ତ ମଧ୍ୟ ରଖାଯାଇଥିବା ୱକଫ୍ ବୋର୍ଡ ଓକିଲ କହିଥିଲେ। ଅନ୍ୟପକ୍ଷରେ ଅଯୋଧ୍ୟା ସ୍ଥିତ ବିଭିନ୍ନ ହିନ୍ଦୁ ସଂଗଠନ ୱକଫ୍ ବୋର୍ଡ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, କିନ୍ତୁ କୌଣସି ସର୍ତ୍ତ ଗ୍ରହଣୀୟ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କହିଛନ୍ତି।
ଅଯୋଧ୍ୟା ମାମଲା: ସୁନ୍ନି ୱକଫ୍ ବୋର୍ଡର ନିଷ୍ପତ୍ତିରେ ମୁସ୍ଲିମ୍ ପକ୍ଷ ବିସ୍ମିତ
/sambad/media/post_attachments/wp-content/uploads/2019/10/TH14RDAYODHYA1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)