ରିଭ୍ୟୁ ପିଟିସନକୁ ନେଇ ମୁସ୍‌ଲିମ ପକ୍ଷରେ ଫାଟ, ମାମଲାରୁ ଓକିଲ ରାଜୀବ ଧୱନଙ୍କୁ ହଟାଗଲା

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ପୁନର୍ବିଚାର ଆବେଦନ ଦାଖଲ କରିବାକୁ ନେଇ ମୁସ୍‌ଲିମ ପକ୍ଷରେ ତୀବ୍ର ମତଭେଦ ଦେଖିବାକୁ ମିଳିଛି। ଗତକାଲି ସୁପ୍ରିମ୍‌ କୋର୍ଟରେ ପ୍ରଥମ ରିଭ୍ୟୁ ପିଟିସନ ଦାଖଲ ହୋଇଥିବା ବେଳେ ମୁସ୍‌ଲିମ ପକ୍ଷ ପାଇଁ ମାମଲା ଲଢ଼ୁଥିବା ଓକିଲ ରାଜୀବ ଧୱନଙ୍କୁ ଜମିୟତ ଉଲେମା ଏ ହିନ୍ଦ୍‌ ହଟାଇ ଦେଇଛି। ଅନ୍ୟପକ୍ଷରେ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ମଧ୍ୟ ଆଉ କିଛି ଦିନରେ ରିଭ୍ୟୁ ପିଟିସ ଦାଖଲ କରିବ ବୋଲି କହିଛି। ମାମଲା ଲଢ଼ିବାରୁ ହଟାଯିବା ପ୍ରସଙ୍ଗରେ ରାଜୀବ ଧୱନ କହିଛନ୍ତି ଯେ ମୋ ବିରୋଧରେ ମିଥ୍ୟା ତଥ୍ୟ ରଖି ମତେ ହଟାଯାଛି। ମୁସ୍‌ଲିମ ପକ୍ଷରେ ଏବେ ଯେଉଁ ଫାଟ ଦେଖାଦେଇଛି ତାହାକୁ ସୁଧାରିବା ମୋର କାମ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର