ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲା ଶୁଣାଣି

ପୂଜାକୁ କେବେ ବିରୋଧ କରିନାହୁଁ: ସନ୍ନି ୱକଫ୍‌ ବୋର୍ଡ଼

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ରାମ ମନ୍ଦିର-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ଆଜି ୨୦ ଦିନରେ ପହଞ୍ଚିଛି। ଆଜିର ଶୁଣାଣିରେ ସୁନ୍ନି ୱକଫ ବୋର୍ଡର ଓକିଲ ରାଜୀବ ଧୱନ ଯୁକ୍ତି ଦର୍ଶାଇ କହିଥିଲେ ଯେ ନିର୍ମୋହୀ ଆଖଡ଼ା ଜମିର ମାଲିକାନା ନେଇ ଯେଉଁ ଦାବି କରୁଛି ତାହାର କୌଣସି ପ୍ରମାଣ ନାହିଁ। ସେମାନଙ୍କ ପାଖରେ ଜମିର ମାଲିକା ଅଧିକାର ନଥିବା କଥା ସମସ୍ତେ ଜାଣନ୍ତି ବୋଲି ଧୱନ କହିଥିଲେ। ତେବେ ୧୮୫୫ରୁ ବାହାର ଅଗଣାରେ ଯେଉଁ ପୂଜା ହିନ୍ଦୁଙ୍କ ପକ୍ଷରୁ ହେଉଥିଲା ସେହି ଅଧିକାରକୁ ନେଇ ଆମେ କେବେ ପ୍ରଶ୍ନ ଉଠାଇ ନାହୁଁ ବୋଲି ଧୱନ କହିଥିଲେ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆଗାମୀ ବୁଧବାର ଦିନ ହେବ। ପୂର୍ବରୁ ନିର୍ମୋହୀ ଆଖଡ଼ା ଦାବି କରିଥିଲା ଯେ ୧୭୩୪ରୁ ସେଠାରେ ଆଖଡ଼ାର ଉପସ୍ଥିତି ରହିଛି। ସମଗ୍ର ଅଂଚଳ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଭାବେ ପରିଚିତ ଥିଲା ଏବଂ ଏହି ଅଧିକାରରୁ ହିନ୍ଦୁମାନଙ୍କୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ନିର୍ମୋହୀ ଆଖଡ଼ା ପକ୍ଷରୁ ପୂର୍ବରୁ ଯୁକ୍ତି ରଖାଯାଇଥିଲା। ତେବେ ଏ ବାବଦ ଦସ୍ତାବିଜ ଉପରେ ମଧ୍ୟ ସୁପ୍ରିମ୍‌ କୋର୍ଟ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର