୧୬ ଦିନରେ ଅଯୋଧ୍ୟା ଶୁଣାଣି, ହିନ୍ଦୁଙ୍କ ପାଇଁ ଜମି ଛାଡ଼ିବ ସିଆ ୱକର୍ଫ ବୋର୍ଡ

ନୂଆଦିଲ୍ଲୀ: ରାମ ମନ୍ଦିର-ବାବ୍‌ରି ମସ୍‌ଜିଦ୍‌ ଜମି ବିବାଦ ମାମଲାରେ ସୁପ୍ରିମ୍‌ କୋର୍ଟରେ ଜାରି ରହିଥିବା ଶୁଣାଣି ଆଜି ୧୬ ଦିନରେ ପହଞ୍ଚିଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସିଆ ୱକର୍ଫ ବୋର୍ଡ କହିଛି ଯେ ବୋର୍ଡ ନିଜ ଭାଗର ସମସ୍ତ ଜମି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପକ୍ଷଙ୍କୁ ଦେବାକୁ ପ୍ରସ୍ତୁତ ରହିଛି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠକୁ ସିଆ ୱକଫ୍‌ ବୋର୍ଡ ଓକିଲ ଏମ୍‌ସି ଧିଙ୍ଗ୍‌ରା କହିଥିଲେ ଯେ ବୋର୍ଡର ନିଜ ଭାଗର ଜମି ହିନ୍ଦୁଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ଏବଂ ଏହା ଯେ କୌଣସି ସମୟରେ କାର୍ଯ୍ୟକାରୀ ହୋଇପାରିବ। ରାମ ଜନ୍ମଭୂମି ପୁନରୁଦ୍ଧାର କମିଟି ପକ୍ଷରୁ ଆଇନଜୀବୀ ପି.ଏନ୍‌. ମିଶ୍ରା କହିଥିଲେ ଯେ ବିବାଦୀୟ ଜମିରେ ଖନନ ବେଳେ ଯେଉଁ ସବୁ ମୂର୍ତ୍ତି ଏବଂ ସାମଗ୍ରୀ ଉଦ୍ଧାର ହୋଇଛି ତାହା ସେଠାରେ ହିନ୍ଦୁ ମନ୍ଦିର ଥିବା ପ୍ରମାଣ କରିଛି। ଅଦାଲତ ଏହାକୁ ଆଧାର କରି ରାୟ ଦେବାକୁ ସେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର