ଅଯୋଧ୍ୟା: ସାରା ଦେଶରେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ଏକଜିଟ୍ ପୋଲ୍ ମଧ୍ୟ ଆସିଛି ଯେଉଁଥିରେ ବିଜେପିକୁ ବିପୁଳ ପରିମାଣରେ ଭ‌ୋଟ ମିଳିଥିବା କୁହାଯାଉଛି। ତେବେ କେଉଁ ଦଳ କେତେ ଭୋଟ ପାଇଛନ୍ତି କାହାର ସରକାର ଗଠନ ହେବ ତାହା ଜୁନ୍ ୪ରେ ହିଁ ସ୍ପଷ୍ଟ ହୋଇଯିବ। ଏହି ପ୍ରକାର ଆଲୋଚନା ଅଯୋଧ୍ୟାରେ ମଧ୍ୟ ଚାଲିଛି।

Advertisment

ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରତିଦିନ ସେ ପ୍ରଭୁ ରାମଙ୍କୁ ପ୍ରାର୍ଥନା କରୁଛନ୍ତି। ଏଥିସହିତ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ  ଭବିଷ୍ୟବ‌ାଣୀ କରି କହିଛନ୍ତି, ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ ହେଉଛି ଏବଂ ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ଏହା ପୂର୍ବରୁ ବି ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଅନେକ ଥର ଭବିଷ୍ୟବାଣୀ କରିଛନ୍ତି। ଯାହା ଠିକ୍ ବୋଲି ପ୍ରମାଣିତ ହୋଇଛି।

ପୁଣିଥରେ ସତ୍ୟେନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନେଇ ଭବିଷ୍ୟବାଣୀ କରି କହିଛନ୍ତି, ‘ ଦେଶର ପ୍ରଧାନମନ୍ତ୍ରୀ ମୋଦୀ ରାମଲଲ୍ଲାଙ୍କ ଆଶୀର୍ବାଦ ପାଇଛନ୍ତି ଏବଂ ପ୍ରଭୁଙ୍କ ଆଶୀର୍ବାଦ ବି ତାଙ୍କ ଉପରେ ଅଛି। ମୁଁ ନିଶ୍ଚିତ ‌ଯେ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେ ତାଙ୍କର ବାକିଥିବା ସଂକଳ୍ପ ପୂରଣ କରିବେ ।’