ଲକ୍ଷ୍ନୌ: ଭାରତର ୭୨ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଏବଂ ବୃକ୍ଷରୋପଣ ଅଭିଯାନ ସହ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମସ୍ଜିଦ୍ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
ମଙ୍ଗଳବାର ସକାଳ ୮.୧୫ରେ ‘ଇଣ୍ଡୋ-ଇସ୍ଲାମିକ୍ କଲ୍ଚରାଲ୍ ଫାଉଣ୍ଡେସନ୍’ (ଆଇଆଇସିଏଫ୍) ଟ୍ରଷ୍ଟ୍ର ସଦସ୍ୟମାନେ ଅଯୋଧ୍ୟାର ଧାନ୍ନିପୁର ଗାଁ ନିକଟରେ ମସଜିଦ୍ ନିର୍ମାଣ ଲାଗି ମିଳିଥିବା ୫ ଏକରବିଶିଷ୍ଟ ଜମିରେ ସମବେତ ହୋଇଥିଲେ। ଏହି ଗାଁଟି ରାମ ଜନ୍ମଭୂମି ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ।
Image Courtesy of NDTVସକାଳ ୮.୪୫ରେ ଟ୍ରଷ୍ଟ୍ର ମୁଖ୍ୟ ଜଫର୍ ଅହମଦ୍ ଫାରୁକି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଟ୍ରଷ୍ଟ୍ର ୧୨ଜଣଯାକ ସଦସ୍ୟ ମସ୍ଜିଦ୍ ନିର୍ମାଣର ଔପଚାରିକ କାର୍ଯ୍ୟ ଆରମ୍ଭ କରିବାକୁ ଯାଇ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ।
ଗଣମାଧ୍ୟମକୁ ଫାରୁକି କହିଛନ୍ତି, ନିର୍ମାଣସ୍ଥଳରେ ଆମେ ମାଟି ପରୀକ୍ଷା କାମ ଆରମ୍ଭ କରିଛୁ। ତେଣୁ, ମସ୍ଜିଦ୍ ନିର୍ମାଣର ବୈଷୟିକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ । ମାଟି ପରୀକ୍ଷା ରିପୋର୍ଟ ଆସିଗଲେ ଓ ନକ୍ସା ଅନୁମୋଦନ ପାଇଲେ ଆମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ। ମସ୍ଜିଦ୍ ନିମନ୍ତେ ଦାନ ଲାଗି ନିବେଦନ କରିଛୁ ଏବଂ ଲୋକେ ଦାନ କରିବା ଆରମ୍ଭ କଲେଣି ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mosq.jpg)