ରାମ ଜନ୍ମଭୂମି – ବାବ୍ରୀ ମସଜିଦ ବିବାଦରେ ନିର୍ମୋହୀ ଅଖାଡାର ଓକିଲ କହିଲେ,‘୧୯୩୪ରୁ ସେଠାରେ ମୁସଲମାନମାନଙ୍କ ପ୍ରବେଶପାଇଁ ନେଇ ଅନୁମତି ନଥିଲା’

ନୂଆଦିଲ୍ଲୀ: ରାମ ଜନ୍ମଭୂମି – ବାବ୍ରୀ ମସଜିଦ ବିବାଦରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଦୈନିକ ଶୁଣାଣି ଆରମ୍ଭ ହେବାପରେ ନିର୍ମୋହୀ ଅଖାଡା ଆବେଦନ ଉପସ୍ଥାପିତ ହୋଇଛି।

ଏଥିରେ ନିର୍ମୋହୀ ଅଖାଡାର ଓକିଲ ସୁଶୀଲ ଜୈନ ନିଜର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ୧୯୩୪ରୁ ସେଠାରେ ମୁସଲମାନମାନଙ୍କ ପାଇଁ କୌଣସି ପ୍ରକାରର ପ୍ରବେଶକୁ ନେଇ ଅନୁମତି ନଥିଲା । ତାହା କେବଳ ନିର୍ମୋହୀ ଆଖଡାର ନିୟନ୍ତ୍ରଣ ଥିଲା । ବାହାର ପରିସରରେ ଯେଉଁଠାରେ ସୀତା ରୋଷେଇ, ଚଉତରା, ଭଣ୍ଡାର ଗୃହ ରହିଛି, ସେଠାରେ ଆଖଡାର ନିୟନ୍ତ୍ରଣ ଥିଲା ଏବଂ କୌଣସୀ ମାମଲାରେ ବିବାଦ ନଥିଲା । ବର୍ଷ ବର୍ଷ ଧରି ରାମଜନ୍ମ ସ୍ଥାନ ଉପରେ ଆମର ଅଧିକାର ଥିଲା ।

ସୂଚନାଯୋଗ୍ୟ ଯେ ଆପୋସ ବୁଝାମଣା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲକ୍ଷ୍ୟରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି ନିଜର ଲକ୍ଷ୍ୟ ହାସଲରେ ଫେଲ୍ ମାରିବା ପରେ ସୁପ୍ରିମକୋର୍ଟ ଆଜିଠାରୁ ଦୈନିକ ଶୁଣାଣି ଆରମ୍ଭ କରିଛନ୍ତି।

photo-aajtak

ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ ଏସ.ଏ. ବବଦେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସି ଏସ. ଏ. ନଜୀର ମଧ୍ୟ ସାମିଲ ଅଛନ୍ତି ।

ସମ୍ବନ୍ଧିତ ଖବର