ନୂଆଦିଲ୍ଲୀ: ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଦେଇଛି। ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପରେ ଲାଗିଥିବା ଭକ୍ତଙ୍କ ଭିଡ଼କୁ ଦେଖି ସମୟ ସୂଚୀ ଜାରି କରାଯାଇଛି। ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି।
ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବକ୍ତା ଓ ମିଡିଆ ପ୍ରଭାରୀ ଶରଦ ଶର୍ମାଙ୍କ ଅନୁସାରେ, ‘ଶ୍ରୀରାମଲଲ୍ଲାଙ୍କ ସୃଙ୍ଗାର ଭୋର ସାଢ଼େ ଚାରିଟାରେ, ମଙ୍ଗଳ ଅଳତୀ ସାଢ଼େ ଛଅଟାରେ ଶେଷ ହେବାପରେ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ କରିପାରିବେ।
ସେହିପରି ରାମଲଲ୍ଲାଙ୍କ ଭୋଗ ପାଇଁ ଆଳତୀ ଦିନ ୧୨ଟା ଆରମ୍ଭ ହେବ। ଏହାପରେ ସନ୍ଧ୍ୟା ଆଳତୀ ସାଢ଼େସାତଟାରେ ହେବ। ଆଠଟାରେ ଭୋଗ ଆଳତୀ ହୋଇ ରାତି ୧୦ଟାରେ ଶୟନ ଆଳତୀ ହେବାର ସୂଚନା ଜାରି କରାଯାଇଛି।
ପ୍ରାଣପ୍ରତିଷ୍ଠା ପରଦିନ ରାମଲଲ୍ଲାଙ୍କୁ ୫ଲକ୍ଷ ଭକ୍ତ ଦର୍ଶନ କରିଥିବା ଜଣାପଡ଼ିଛି। ଏହି ଭିଡିଓ ଆଗାମୀ ଦିନରେ ଆହୁରି ବଢ଼ିବାରେ ଅନୁମାନ କରାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।
ଭକ୍ତ ବି ରାମ ମନ୍ଦିରକୁ ବିପୁଳ ପରିମାଣରେ ଦାନ କରୁଛନ୍ତି। ଏଥିପାଇଁ ପ୍ରାଣପ୍ରତିଷ୍ଠା ଦିନ ୧୦ଟି ଦାନ କାଉଣ୍ଟର ଖୋଲା ଯାଇଥିଲା। ଏଥିରେ ଅନଲାଇନ ଓ ଅଫ ଲାଇନ ଜରିଆରେ ଭକ୍ତ ୩,୧୭କୋଟି ଟଙ୍କା ରାମଲଲ୍ଲାଙ୍କୁ ଦାନ କରିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।