ନୂଆଦିଲ୍ଲୀ: ବହୁ ଦିନର ଅପେକ୍ଷା ପରେ ଶେଷରେ ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲଲା। ଜାନୁଆରି ୨୨, ୨୦୨୪ରେ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ପ୍ରଭୁ ରାମଲଲା ବିରାଜିବେ ବୋଲି ଜଣାପଡ଼ିଛି। ଏନେଇ ଏକ ବଡ଼ ପୂଜାର ଆୟୋଜନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ନିମନ୍ତ୍ରଣ ପଠାଯାଇଛି। କୁହାଯାଉଛି ଯେ ନିମନ୍ତ୍ରଣ ପଠାଯାଇଥିଲେ ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ସୂଚନା ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରଦାନ କରାଯାଇଛି।
ତେବେ ଜାନୁଆରି ୨୨, ୨୦୨୪ହେଉଛି ସେହି ଦିନ ଯେଉଁଦିନ କୋଟି କୋଟି ଭକ୍ତଙ୍କ ରାମ ମନ୍ଦିର ପରିଦର୍ଶନ କରିବାର ଅପେକ୍ଷା ଶେଷ ହେବ। ଏହି ଦିନ ଭଗବାନ ରାମଲଲା ଗର୍ଭଗୃହରେ ବସିବେ। ଦେଶର ସମସ୍ତ ମନ୍ଦିରକୁ ଏହି ଦିନ ସଜାଜିବା ସହ ପୂଜାର ଲାଇଭ୍ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ପ୍ରାୟ ସାତ ଦିନ ଧରି ଚାଲିବ। ଏହା ପରେ ପ୍ରଭୁ ରାମଙ୍କ ଭକ୍ତମାନେ ମନ୍ଦିରକୁ ଆସି ରାମଲଲାଙ୍କୁ ଦେଖିବାକୁ ସକ୍ଷମ ହେବେ। ବର୍ତ୍ତମାନ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଛି, ହେଲେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଯଦି ନିର୍ମାଣ କଥା କହିବା ତେବେ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଧା ନିର୍ମାଣ କାମ ଶେଷ ହେବ। ଏବେ ଗର୍ଭଗୃହର ଉପରି ଭାଗର ନିର୍ମାଣ କାମ ଜାରି ରହିଛି। ନିର୍ମାଣ କାମ ଶେଷ ହେବା ପରେ ପୂଜା ପାଇଁ ମନ୍ଦିରକୁ ସଜାଯିବ।