ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଗତଗୁରୁବାର ରାମଲଲ୍ଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସମ୍ପୂର୍ଣ୍ଣ ୪ଘଣ୍ଟାର ରୀତିନୀତି ଅନୁସାରେ ସ୍ଥାପନ କରାଯାଇଛି। ରାମନଗରୀ ଏହି ଭବ୍ୟ ଆୟୋଜନ ପାଇଁ ଅଯୋଧ୍ୟାକୁ ଖୁବ ସୁନ୍ଦର ଭାବେ ସଜା ଯାଇଛି। ଏହା ବ୍ୟତୀତ ସ୍ଥାନେସ୍ଥାନେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।

Advertisment

ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ ପାଇଁ ଲୋକଙ୍କୁ ସ୍ବତନ୍ତ୍ର ଏଣ୍ଟ୍ରି ପାସ ପ୍ରଦାନ କରାଯିବ। ଏହି ଏଣ୍ଟ୍ରି ପାସ ଯାହା ପାଖରେ ନଥିବ ସେମାନେ ମନ୍ଦିରକୁ କୌଣସି ମତେ ପ୍ରବେଶ କରି ପାରିବେ ନାହିଁ। ଭଗବାନ ଶ୍ରୀ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରବେଶ ପ‌ାଇଁ କେବଳ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦ୍ବାରା ଜାରି କରାଯାଇଥିବା ପ୍ରବେଶିକା ମାଧ୍ୟମ‌ରେ ପ୍ରବେଶ ସମ୍ଭବ ହେବ। ଏହି ପ୍ରବେଶିକାରେ ଥିବା କ୍ୟୁଆର କୋର୍ଡକୁ ମିଶାଇବା ପରେ ଯାଇ ମନ୍ଦିର ଭିତରକୁ ଲୋକେ ପ୍ରବେଶ କରିପାରିବେ।