ଭାରତ-ଚୀନ୍ ସୀମାନ୍ତ ବିବାଦ ହେତୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଯୋଜନା ସ୍ଥଗିତ

ଅଯୋଧ୍ୟା: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ଘଟି ୨୦ଜଣ ଭାରତୀୟ ଯବାନ ସହିଦ ହେବା କାରଣରୁ ଅଯୋଧ୍ୟାରେ ଆରମ୍ଭ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ଯୋଜନାକୁ ରାମ ମନ୍ଦିର ଟ୍ରଷ୍ଟ୍‌ ସ୍ଥଗିତ ରଖିଛି।

ଆନୁଷ୍ଠାନିକ ବିବୃତିରେ ଟ୍ରଷ୍ଟ୍‌ ଜୁନ୍ ୧୫ ତାରିଖ ରାତିର ସୀମାନ୍ତ ଘଟଣାକୁ ଗୁରୁତର ବୋଲି ଅଭିହିତ କରିଛି। ଟ୍ରଷ୍ଟ୍‌ କହିଛି କି, ଦେଶକୁ ସୁରକ୍ଷିତ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟେ। ଖୁବ୍ ଶୀଘ୍ର ନିର୍ମାଣ ନିମନ୍ତେ ନୂତନ ତାରିଖ ଘୋଷଣା ହେବ ବୋଲି ଟ୍ରଷ୍ଟ୍ କହିଛି।

Image Courtesy of Hindustan Times

ଟ୍ରଷ୍ଟ୍‌ର ଅନ୍ୟତମ ସଦସ୍ୟ ଅନୀଲ ମିଶ୍ର କହିଛନ୍ତି, ଦେଶର ପରିସ୍ଥିତିକୁ ଚହିଁ ମନ୍ଦିର ନିର୍ମାଣ ଆରମ୍ଭ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସେ କଥା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ସୀମାନ୍ତରେ ସୈନିକ ସଂଘର୍ଷ ଓ ସହିଦ ଘଟଣା ପାଇଁ ଅଯୋଧ୍ୟରେ କେତେକ ହିନ୍ଦୁ ସଙ୍ଗଠନ ଚୀନ୍ ବିରୋଧୀ ପ୍ରତିବାଦର ନେତୃତ୍ବ ନେଉଛନ୍ତି। କେତେକ ପ୍ରତିବାଦକାରୀ ଚୀନ୍‌ର ପତାକା, ଅ‌ନ୍ୟ କେତେକ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସେମାନେ ଚୀନ୍ ନିର୍ମିତ ସାମଗ୍ରୀ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର