ନୂଆଦିଲ୍ଲୀ: ଅଯୋଧ୍ୟାରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ଘୋଷଣା କରିଥିଲେ ଯେ ୪ ମାସ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜାନୁଆରି ସୁଦ୍ଧା ଟ୍ରଷ୍ଟ୍ ଗଠନ ହେବ ଏବଂ ଏଥିପାଇଁ ସରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ଟ୍ରଷ୍ଟ ଗଠନ ନେଇ ଅଯୋଧ୍ୟାର ପ୍ରମୁଖ ସନ୍ଥମାନଙ୍କ ସହ ଆଲୋଚନା ସରିଛି। ସେମାନଙ୍କୁ ମଧ୍ୟ ଟ୍ରଷ୍ଟ୍ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପକ୍ଷଙ୍କୁ ବିବାଦୀୟ ୨.୭୭ ଏକର ଜମି ଦେଇଥିଲେ ଏବଂ ମୁସଲିମ୍ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲ। ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍ ଗଠନ କରିବାକୁ କୋର୍ଟ ସରକାରଙ୍କୁ ୩ ମାସ ସମୟ ଦେଇଥିଲେ। ଏହି ସମୟ ଫେବ୍ରୁଆରିରେ ଶେଷ ହେଉଥିବାରୁ ତା’ ପୂର୍ବରୁ ଟ୍ରଷ୍ଟ୍ ଗଠନ ପାଇଁ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି।
ରାମ ମନ୍ଦିର ନିର୍ମାଣ ପାଇଁ ଜାନୁଆରିରେ ଟ୍ରଷ୍ଟ୍ ଗଠନ
/sambad/media/post_attachments/wp-content/uploads/2019/12/ram_janmbhoomi_babri_masjid_dispute_1573284649-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)