ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲୀଳା ଖୁବ ଧୁମଧାମରେ ଅନୁଷ୍ଠିତ ହେଉଛି। ଏଠାରେ ୨୪୦ ଫୁଟ ଉଚ୍ଚ ରାବଣ ଏବଂ ୧୯୦ ଫୁଟ ଉଚ୍ଚ ମେଘନାଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ଯାହାକି ରାମଲୀଳାର ମୁଖ୍ୟ ଆକର୍ଷଣ ପାଲଟିଛି। 

Advertisment

ଅଯୋଧ୍ୟା ଚଳଚ୍ଚିତ୍ର କଳାକାର ରାମଲୀଳା କମିଟି ଦ୍ୱାରା ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ପୋଡ଼ି ଆୟୋଜନ କରାଯାଇଥିଲା। ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଗୋଟିଏ ମାସ ଧରି ଚାଲିଥିଲା।  ଏହି ବିରାଟ ଆୟୋଜନର ପ୍ରସ୍ତୁତ ଶେଷ ସମୟରେ ପହଞ୍ଚିଥିବାବେଳେ ପୁଲିସ ଓ ପ୍ରାଶସନର ନିଷେଧାଦେଶ ଆୟୋଜକ ଓ ଲୋକଙ୍କ ମନକୁ ନିରାଶ କରି ଦେଇଛି।

ଗତସୋମବାର ଜିଲ୍ଲା ପ୍ରଶାସନ ଓ  ପୁଲିସ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪୦ ଫୁଟ ଉଚ୍ଚ ରାବଣ ଏବଂ ୧୯୦ ଫୁଟ ଉଚ୍ଚ ମେଘନାଦ ଏବଂ କୁମ୍ଭକର୍ଣ୍ଣ ପ୍ରତିମୂର୍ତ୍ତି ପୋଡ଼ିବାକୁ ନିଷେଧ କରି ଦେଇଛି।

ଅଯୋଧ୍ୟାର ପୁଲିସ ସର୍କଲ ଅଫିସର ଦେବେଶ ଚତୁର୍ବେଦୀ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ଏହି ନିଷେଧ ଲାଗୁ କରାଯାଇଛି । ପାଟ୍ରୋଲିଂ ସମୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହେଉଥିବା ଦେଖାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଭଳି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ କମିଟି କୌଣସି ପ୍ରକାର ଅନୁମତି ନେଇ ନାହିଁ। ଯଦି କମିଟି ଅନୁମତି ପାଇଁ ଯାଇଥାଆନ୍ତା ତେବେ ଆମେ ମୂଳରୁ ହିଁ ଏହାକୁ ବାରଣ କରି ଦେଇଥାଆନ୍ତୁ।