ଅଯୋଧ୍ୟା: ଅଯୋଧ୍ୟା ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ଦୁଇ ଦିନ ବାକି ଅଛି। ଏହିଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମା ସ୍ଥାପନ ହେବାକୁ ନେଇ ପୂରା ଦେଶ ଚାହିଁ ରହିଛି। ତେବେ ଉତ୍ସବ ପାଇଁ ରାମ ମନ୍ଦିରକୁ କିପରି ସଜାଯାଇଛି ତାହା ଆପଣ ଦେଖିଲେଣି କି?

Advertisment

ଡିଡି ନ୍ୟୁଜ୍ ଟ୍ୱିଟରରେ ପୋଷ୍ଟ କରିଥିବା ଭିଡିଓରେ ମନ୍ଦିରର ଭିତର ଦେଖିବାକୁ ମିଳିଛି। ଭିଡିଓରେ ମାର୍ବଲରେ ନିର୍ମିତ ଏକ ବିଶାଳ ମନ୍ଦିର ଆଲୋକରେ ସଜେଇ ହୋଇଥିବା ଦେଖାଯାଉଛି। ଏହାର ସ୍ତମ୍ଭଗୁଡ଼ିକ ଫୁଲରେ ସଜାଯାଇଛି। ମନ୍ଦିରର ସିଡ଼ିରେ କାମ କରୁଥିବା ଲୋକମାନେ ଛାତରୁ ରଙ୍ଗୀନ ଫୁଲର ଫୁଲମାଳ ଟାଙ୍ଗୁଥିବାର ଦେଖାଯାଏ।

ଡିଡି ନ୍ୟୁଜ୍ ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "ମହାନ ରାମ ମନ୍ଦିର ଭିତରର ବିଶେଷ ଝଲକ! ହସ୍ତଶିଳ୍ପ ପ୍ରେରଣାଦାୟକ ଅଟେ, ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରମାଣ।"

ରାମଲଲାଙ୍କ ସମର୍ପଣ ସମାରୋହ ଜାନୁଆରି ୨୨ରେ ହେବାକୁ ଯାଉଛି।  ଅପରାହ୍ନ ୧୨.୩୦ ସମୟରେରେ ଗର୍ଭଗୃହ ଭିତରେ ଭଗବାନ ରାମଚନ୍ଦ୍ରଙ୍କ ପ୍ରତିଷ୍ଠା କରାଯିବ।  ଏଥିପାଇଁ କାର୍ଯ୍ୟକ୍ରମ ଏବଂ ରୀତିନୀତି ଜାନୁଆରି ୧୬ଠାରୁ ଚାଲିଆସୁଛି। ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ରାମଲଲାଙ୍କ ସମର୍ପଣ ଉତ୍ସବ ପରେ ହିଁ ସମାପ୍ତ ହେବ। ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନେତୃତ୍ୱରେ ପୁରୋହିତମାନଙ୍କର ଏକ ଟିମ୍‌ ଏହି ଉତ୍ସବରେ ମୁଖ୍ୟ ରୀତିନୀତି କରିବେ। ତେବେ ଏବେ ସୁଦ୍ଧା ରାମଲଲାଙ୍କୁ ମୂର୍ତ୍ତିକୁ ମନ୍ଦିର ଭିତରକୁ ନିଆଯାଇ ସରିଛି। ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ଯାଇ ନିତିଦିନିଆ ପୂଜାବିଦ୍ଧି ଆରମ୍ଭ ହେବ।