ଅଯୋଧ୍ୟା ରାୟ ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା : ପାକ୍ ବିଦେଶ ମନ୍ତ୍ରୀ କହିଲେ ଭାରତରେ ମୁସଲମାନ ଚାପରେ ଅଛନ୍ତି

ଇସ୍‌ଲାମାବାଦ : ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତରେ ମୁସଲମାନ ଅଧିକ ଚାପରେ ଅଛନ୍ତି ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ୍‌ କ୍ୟୁରେସି କହିଛନ୍ତି। ରାୟ ପ୍ରକାଶ ପାଇବା ପରେ ଭାରତରେ ମୁସଲମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯିବ ବୋଲି କ୍ୟୁରେସି କହିଛନ୍ତି। ତେବେ ଭାରତୀୟ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଭଲ ଭାବେ ଅଧ୍ୟୟନ କରିବା ପରେ ପାକିସ୍ତାନ ସରକାରୀ ଭାବେ ପ୍ରତିକ୍ରିୟା ପ୍ରକାଶ କରିବ ବୋଲି ସେ କହିଛନ୍ତି। ସେହିଭଳି ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଫୱାଦ ହୁସେନ୍‌ ଅଯୋଧ୍ୟା ରାୟକୁ ବିରୋଧ କରିବା ସହିତ ଏହା ବିରକ୍ତିକର, ବେଆଇନ୍‌ ଓ ଅନୈତିକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର