ରାମଦେବଙ୍କ ବିରୋଧରେ ଆୟୁଷ ମନ୍ତ୍ରଣାଳୟରେ ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ କୋଭିଡ୍ ଉପଶମ ବଟିକା କରୋନିଲ୍‌ ବିକ୍ରିବଟା ଓ ବିଜ୍ଞାପନ ଉପରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ କଟକଣା ଲଗାଇବା ପରଠାରୁ ଏହାର ନୈଦାନିକ ପରୀକ୍ଷଣର ସଫଳତା ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରିବାର ସମ୍ଭାବ୍ୟ କାରଣ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରବଳ ଆଲୋଚନା ଜାରି ରହିଛିା ଏ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳର କିଛି ମୁସଲିମ୍ କର୍ମଚାରୀ ମନ୍ଦ ଅଭିପ୍ରାୟ ରଖି ଉେଦ୍ଦଶ୍ୟମୂଳକ ଭାବେ ରାମଦେବଙ୍କୁ ନିଶାଣ କରିଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛିା ଆୟୁଷ ମନ୍ତ୍ରଣାଳୟ ଦ୍ବାରା କୌଣସି ଔଷଧକୁ ଅନୁମୋଦନ କରୁଥିବା ବୈଜ୍ଞାନିକ ମଣ୍ତଳୀଙ୍କ ମଧ୍ୟରେ ରହିଥିବା ୬ ଜଣ ମୁସଲିମ୍ ସଦସ୍ୟଙ୍କ ଯୋଗୁଁ କରୋନିଲ୍‌କୁ ଏପରି କଟକଣାର ସମ୍ମୁଖୀନ ହେବାକୁ ପଡି଼ଲା ବୋଲି ଫେସ୍‌ବୁକ୍ ଓ ଟ୍ବିଟରରେ ଏକ ଧାରଣା ଭୀଷଣ ଭାବରେ ପ୍ରଚାରିତ ହେବାରେ ଲାଗିଛିା

ଏପରିକି ସଂପୃକ୍ତ ମୁସଲିମ୍ ସଦସ୍ୟମାନେ ଅସୀମ ଖାଁ, ମୁନାୱାର କାଜମି, ଖଦିରୁନ୍ ନିସା, ମକବୁଲ୍ ଅହମଦ୍‌ ଖାଁ, ଆସିୟା ଖାନୁନ୍ ଓ ସଗୁଫ୍ତା ପର୍ବିନ୍ ବୋଲି ମଧ୍ୟ ଟ୍ବିଟରରେ ବର୍ଣ୍ଣନା କରାଯାଇଛିା ତେବେ ଇଣ୍ତିଆ ଟୁଡେର ଆଣ୍ଟି ଫେକ୍ ନ୍ୟୁଜ୍ ୱାର୍ ରୁମ୍(ଆଫ୍ବା) ପକ୍ଷରୁ ଏପରି ପ୍ରଚାର ମିଛ ବୋଲି ସ୍ପଷ୍ଟ କରାଯାଇଛିା ପ୍ରକୃତରେ ଉଲ୍ଲେଖ କରାଯାଇଥିବା ନାମଗୁଡି଼କ ଆୟୁଷ ମନ୍ତ୍ରଣାୟର ଔଷଧ ଅନୁମୋଦନ ପାଇଁ ଉଦ୍ଦିଷ୍ଟ କୌଣସି ବୈଜ୍ଞାନିକ ମଣ୍ତଳୀର ସଦସ୍ୟ ନୁହନ୍ତି ବୋଲି ଆଫ୍ବା ଜାଣିବାକୁ ପାଇଛିା ଏପରିକି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟରେ ମଧ୍ୟ ସେଭଳି କିଛି ବୈଜ୍ଞାନିକ ମଣ୍ତଳୀ ନାହିଁ ବୋଲି ଆଫ୍ବା ସ୍ପଷ୍ଟ ହୋଇଛିା ତେବେ ସେମାନେ ସମସ୍ତେ ଆୟୁଷ ମନ୍ତ୍ରଣାଳୟର ୟୁନାନି ଔଷଧ ବିଭାଗର ବୋଲି ଜଣାପଡି଼ଛିା ସୁତରାଂ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଏପରି ଅପପ୍ରଚାର ସଂପୂର୍ଣ୍ଣ ମିଛ ବୋଲି ଆଫ୍ବା ସ୍ପଷ୍ଟ କରିଛିା

ସମ୍ବନ୍ଧିତ ଖବର