ଦିଲ୍ଲୀ ପୁଲିସକୁ କରୋନା ଲଢେଇରେ ସାହାଯ୍ୟ କରିବ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ କାଢା, ପ୍ରସ୍ତୁତ କରୁଛି ଆୟୁଷ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ପୁଲିସର ଅଧିକାରୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୁଷ ମନ୍ତ୍ରାଳୟ ଏକ ‘ଆୟୁରକସା କିଟ୍’ ଆଣିଛି। ଦିଲ୍ଲୀ ପୁଲିସ ଏବଂ ଆୟୁଷ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏହି ଅଭିଯାନକୁ ‘କରୋନା ସେ ଜଙ୍ଗ, ଦିଲ୍ଲୀ ପୁଲିସକେ ସଙ୍ଗ’ ନାମ ଦିଆଯାଇଛି । ମନ୍ତ୍ରାଳୟ ଦିଲ୍ଲୀ ପୁଲିସର କର୍ମଚାରୀଙ୍କ ପାଇଁ ପ୍ରାୟ ୮୦ ହଜାର କିଟ୍ ପ୍ରସ୍ତୁତ କରୁଥିବା ଜଣାପଡିଛି। ୪ଟି ଜିନିଷକୁ ନେଇ ଏହି କିଟ୍ ପ୍ରସ୍ତୁତ କରାଯାଇଛି |

୧. ‘କାଢା ମିଶ୍ରଣ’ (ହର୍ବାଲ୍ ଚା)
୨. ‘ସନ୍ସମାନି’ ଟାବଲେଟ୍ (ଗିଲୋଇରୁ ନିର୍ମିତ)
୩. ତେଲ- ଯାହାକୁ ନାକ ବୁନ୍ଦା ବା ନାଜାଲ୍ ଡ୍ରପ୍ ଭାବରେ ବ୍ୟବହୃତ କରାଯାଉଛି
୪. ଚବନ୍ୟପ୍ରାଶର ପ୍ୟାକ୍ |

କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଏହି କିଟକୁ କିପରି ବ୍ୟବହାର କରାଯିବ ଆସନ୍ତୁ ଜାଣିବା।

* ‘କାଢା’ ମିଶ୍ରଣ ଦିନକୁ ଦୁଇଥର (ସକାଳେ ଥରେ ଏବଂ ସନ୍ଧ୍ୟାରେ) ପିଇବାକୁ ପଡିବ |

* ଦୁଇଟି ‘ସନ୍ସମାନି’ ଟାବଲେଟ୍ ଦିନକୁ ଦୁଇଥର (ସକାଳେ ଏବଂ ସନ୍ଧ୍ୟାରେ ଥରେ) ସେବନ କରାଯିବ |

* ନାକରେ ଦୁଇ ବୁନ୍ଦା ତେଲ ଦିନକୁ ଦୁଇଥର ପକାଇବା ଆବଶ୍ୟକ (ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ) |

* ଚବନ୍ୟପ୍ରାଶ ୧ଚାମଚ ଦିନକୁ ଦୁଇଥର ଖାଇବାକୁ ହେବ (ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ) |

Delhi police Commissioner launches initiative Ayuraksha- 'Corona ...
News On AIR

ସୂଚନା ମୁତାବକ, ଅନ୍ୟାନ୍ୟ ରାଜ୍ୟର ପୁଲିସ ବିଭାଗ ମଧ୍ୟ ଏହି କିଟ୍ ପାଇବା ପାଇଁ ଦାବି କରୁଛନ୍ତି, ଯେଉଁଥିରେ କାଢା ମିଶ୍ରଣ ଅନ୍ତର୍ଭୁକ୍ତ | ଆୟୁଷ ମନ୍ତ୍ରାଳୟ ସଂପୃକ୍ତ ରାଜ୍ୟଗୁଡ଼ିକର ଆୟୁର୍ବେଦ ପ୍ରତିଷ୍ଠାନ ସହିତ ବୁଝାମଣା  କରି ଏହି କିଟସଗୁଡିକୁ ସେମାନଙ୍କ ନିକଟରେ ଉପଲବ୍ଧ କରାଇବାକୁ ଚେଷ୍ଟା କରୁଥିବା ଜଣା ପଡିଛି। ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ତନୁଜା ନେସାରୀଙ୍କ ଅନୁଯାୟୀ ଏହି କିଟ୍‌ର ଚାହିଦା ବିଏସଏଫ ଏବଂ ଆୟକର ସମେତ ଅନେକ ବିଭାଗରୁ ଆସିଛି।

ଏହି କାଢାର ଏତେ ଲୋକପ୍ରିୟତା ବୃଦ୍ଧି ହେବାର କାରଣ ହେଉଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | କିଛି ଦିନ ତଳେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ‘କାଢା’ କରୋନା ବିରୋଧୀ ଲଢେଇରେ ସାହାଯ୍ୟ କରିବ ବୋଲି କହି ଏହାକୁ ପିଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ  | ସେବେଠାରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦରେ କାଢାର ଚାହିଦା ବଢି ଯାଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର