ସାଧାରଣତନ୍ତ୍ର ଦିବସ: ରାଜପଥ ପରେଡରେ ଅଂଶଗ୍ରହଣ କରିବେ ‘ଆଜାଦ୍‌ ହିନ୍ଦ୍‌ ଫୌଜ୍‌’ର ସୈନିକ

ନୂଆଦିଲ୍ଲୀ: ରାତି ପାହିଲେ ଦେଶର ଗାଁରୁ ପଲ୍ଲୀ ଓ ସହର ଠାରୁ ନଗର ଚାରିଆଡ଼େ ପାଳନ ହେବ ୬୯ତମ ସାଧାରଣତନ୍ତ୍ର ଦିବସ। ଏଥି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ସ୍ୱତନ୍ତ୍ର ଭାବରେ ପାଳନ ହେଉଛି। ସାଧାରଣତନ୍ତ୍ର ଦିବସର ସ୍ୱତନ୍ତ୍ର ଆକର୍ଷଣ ହେଉଛି ପ୍ରଜ୍ଞାପନ ମେଢ଼। ପ୍ରଥମ ଥର ପାଇଁ ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ‘ଆଜାଦ୍‌ ହିନ୍ଦ୍‌ ଫୌଜ୍‌’ର ସୈନିକମାନେ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଅଂଶଗ୍ରହଣ କରୁଥିବା ସୈନିକଙ୍କ ବୟସ ୯୦ ବର୍ଷରୁ ଉର୍ଦ୍ଧ୍ୱ ହେବ। ସେହିଭଳି ସେନାର ୩ ପରମବୀର ଚକ୍ର ବିଜେତା ଏବଂ ୫ ଅଶୋକଚକ୍ର ବିଜେତା ପରେଡରେ ସାମିଲ ହେବେ।

ରାଜପଥରେ ଆୟୋଜିିତ ପରେଡରେ ଭାରତୀୟ ସେନା ନିଜର ଶକ୍ତି ପ୍ରଦର୍ଶନ କରିବେ। ସେହିଭଳି ବାୟୁସେନାର ଯବାନମାନେ ନିଜର ବଳିଷ୍ଠତା ଦେଖାଇବେ। ତୋପ ଏମ୍‌-୧୭୭ ଆମେରିକୀୟ ଅଲଟ୍ରା ଲାଇଟ୍‌ ହୋବିତ୍ୟଜର ଏବଂ କେ-୯ ବଜ୍ର ପ୍ରଥମ ଥର ପରେଡରେ ଶାମିଲ କରାଯିବ। ଚଳିତ ଥର ସମାରୋହରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାୟରିଲ ରାମଫୋସା ମୁଖ୍ୟ ଅତିଥି ହେବେ।

ସମ୍ବନ୍ଧିତ ଖବର