ବିଜେପି ଆଡ଼କୁ ଢଳୁଛନ୍ତି କି ଗୁଲାମ ନବି ଆଜାଦ  ?  ମୋଦୀଙ୍କୁ ପ୍ରଶଂସା କରିବା ପରେ ନୂଆ କଳ୍ପନା ଜଳ୍ପନା

ଜମ୍ମୁ : ଗତକାଲି ଜମ୍ମୁରେ ଅନୁଷ୍ଠିତ ଜି-୨୩ ସମ୍ମିଳନୀରେ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ।

ଆଜି ଜମ୍ମୁରେ ଅନୁଷ୍ଠିତ ଆଉ ଏକ ସଭାରେ ସେ କହିଛନ୍ତି ଯେ ମୋଦୀଙ୍କ ସହ ନୀତିଗତଭାବେ ଅନେକ ପ୍ରସଙ୍ଗରେ ତାଙ୍କର ମତଭେଦ ରହିଛି । କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ସେ ନିଜର ମୂଳ ସହ ସବୁବେଳେ ଯୋଡ଼ିହୋଇରହିଥାନ୍ତି । ଏବେ ବି ସେ କହନ୍ତି ଯେ ସେ ପୂର୍ବରୁ ଚା ଦୋକାନୀ ଥିଲେ । ସେ ନିଜେ ମଧ୍ୟ ଗାଁରୁ ଆସିଛନ୍ତି ଓ ଏଥିପାଇଁ ଗର୍ବ ଅନୁଭବ କରନ୍ତି ବୋଲି ଆଜାଦ କହିଛନ୍ତି ।

ଚଳିତ ମାସ ପ୍ରାରମ୍ଭରେ ରାଜ୍ୟସଭାରେ ଆଜାଦଙ୍କ ଅବସର ବେଳେ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ । ଏହା ପରେ କେତେକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଆଜାଦ ବିଜେପି ଆଡ଼କୁ ଢଳୁଥିବା କୁହାଯାଇଥିଲା । ଏବେ ମୋଦୀଙ୍କୁ ଆଜାଦଙ୍କ ପ୍ରଶଂସା ଏକ ନୂଆ ସମୀକରଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର