‘ଆଜାଦୀ କୀ ଅମୃତ କହାନିୟାଁ’: ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା ଉନ୍ମୋଚିତ ପ୍ରେରକ କାହାଣୀର ଭିଡିଓମାଳା

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ତମ ବର୍ଷକୁ ଅମୃତ ମହୋତ୍ସବ ରୂପେ ସାରା ଭାରତରେ ପାଳନ କରାଯାଉଛି। ଏହାର ଏକ ଅଂଶସ୍ବରୂପ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଦ୍ବାରା ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସର ସହଭାଗିତାରେ ପ୍ରସ୍ତୁତ ‘ଆଜାଦୀ କୀ ଅମୃତ କହାନିୟାଁ’ ନାମକ ପ୍ରେରକ କାହାଣୀଗୁଡ଼ିକର ସଂକ୍ଷିପ୍ତ ଭିଡିଓ ସିରିଜ୍ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍‌. ମୁରୁଗାନ୍, ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଏବଂ ଗ୍ଲୋବାଲ ଟିଭି, ନେଟ୍‌ଫ୍ଲିକ୍ସର ମୁଖ୍ୟ ମିସ୍ ବେଲା ବଜାରିୟା ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଠାକୁର ଉଦ୍‌ବୋଧନ ଦେଇ କହିଲେ ଯେ, ଅମୃତ ମହୋତ୍ସବ ପାଳନରେ ସୂଚନା ଓ ପ୍ରସାରଣ ବିଭାଗ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହି ଯେଉଁ ପ୍ରେରକ କାହାଣୀର ସଂକ୍ଷିପ୍ତ ଭିଡ଼ିଓମାଳା ପ୍ରସ୍ତୁତ କରାଯାଇଛି, ତାହା ଯୁବବର୍ଗକୁ ତଥା ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ଲାଗି ପ୍ରେରଣା ଯୋଗାଇବ। ଏହା ନେଟ୍‌ଫ୍ଲିକ୍ସ ସହ ଏକ ଦୀର୍ଘକାଳୀନ ସହଭାଗିତା। ବିଭିନ୍ନ ସମୟରେ ନାନା ପ୍ରସଙ୍ଗରେ ନୂଆ ନୂଆ ପ୍ରେରକ କାହାଣୀର ଭିଡ଼ିଓ ମଧ୍ୟ ଏଥିରେ ଯୋଡ଼ି ହେଉଥିବ। ମହିଳା ସଶକ୍ତୀକରଣ, ପରିବେଶ ଓ ଧାରଣୀୟ ବିକାଶ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିବସ ଉପରେ ନେଟ୍‌ଫ୍ଲିକ୍ସ ୨୫ଟି ଭିଡ଼ିଓ ପ୍ରସ୍ତୁତ କରିବ। ଏଥି ସହ ନେଟ୍‌ଫ୍ଲକ୍ସ ମନ୍ତ୍ରଣାଳୟ ପାଇଁ ଦୁଇ ମିନିଟିଆ ସଂକ୍ଷିପ୍ତ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିବ ଯାହାକୁ ଦୂରଦର୍ଶନରେ ପ୍ରସାରିତ କରାଯିବ।

 

ସମ୍ବନ୍ଧିତ ଖବର