ଜମ୍ମୁ-କାଶ୍ମୀରରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ନେଇ ଜେଏନୟୁରେ ବିରୋଧର ସ୍ୱର

ଜମ୍ମୁ-କାଶ୍ମୀରରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଆଲୋଚନା ଭିତରେ ମୋଦୀ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୁଣି ଥରେ ତେଜିଛି ବିରୋଧର ସ୍ୱର । ମଧ୍ୟରାତ୍ରିରେ କ୍ୟାମ୍ପସ ଭିତରେ ପୁଣି ଥରେ ସ୍ୱାଧୀନତାର ନାରା  ଶୁଣିବାକୁ ମିଳିଛି । ଧାରା ୩୭୦କୁ ପୁଣି ଥରେ ବଳବତ୍ତର ରଖିବା ପାଇଁ ଦାବି କରାଯାଇ ଏଭଳି ବିକ୍ଷୋଭ କରାଯାଇଥିବା ସୂଚନା ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତିବାଦର ଏହି ସ୍ୱର ଭିତରୁ ଗୁଞ୍ଜରିତ ହୋଇଉଠିଥିଲା ସେନା ବିରୋଧୀ ନାରା । ଧାରା ୩୭୦କୁ ବଳବତ୍ତର ରଖିବା ପାଇଁ ଜେଏନୟୁରେ ବିକ୍ଷୋଭ ଭିତରେ ସେନାକୁ ନେଇ ଅପଶବ୍ଦ ବ୍ୟବହାର କରାଯାଇଥିବା କୁହାଯାଉଛି । ମଧ୍ୟରାତ୍ରିର ଅନ୍ଧକାର ଭିତରେ କ୍ୟାମ୍ପସ ଭିତରେ ଚାଲିଥିଲା ଜୋରଦାର ବିକ୍ଷୋଭ ।

photo–catchnews
କାଶ୍ମୀର ପ୍ରସଙ୍ଗରେ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ସାରା ଦେଶରେ ସ୍ୱାଗତ କରାଯାଇଥିବା ବେଳେ ଜେଏନୟୁରେ ଏଭଳି ପ୍ରତିବାଦକୁ ଅନେକାଂଶ ଲୋକ  ନାପସନ୍ଦ  କରୁଛନ୍ତି ।
ତେବେ ଜେଏନୟୁ ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ୨୦୧୬ ଫେବ୍ରୁୟାରୀ ୯ ତାରିଖରେ କ୍ୟାମ୍ପସରେ ଦେଶ ବିରୋଧୀ ନାରା ଲାଗିଥିଲା । ଚର୍ଚ୍ଚିତ ସିପିଆଇ ନେତା ଏବଂ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ସମେତ ଅନ୍ୟ ଛାତ୍ର ନେତା ସଂସଦ ଉପରେ ଆକ୍ରମଣ ଘଟଣାରେ ଅଫଜଲ ଗୁରୁକୁ ଫାଶୀ ଦଣ୍ଡାଦେଶ ବିରୋଧରେ କାର୍ଯ୍ୟକ୍ରମ ଆୟୋଜିତ କରିଥିବାର ଅଭିଯୋଗ ହୋଇଥିଲା ।  ଏଥିରେ  ବି ଦେଶ ବିରୋଧୀ ନାରା ଦିଆଯାଇଥିବା ମଧ୍ୟ କୁହାଯାଉଥିଲା ।
ସମ୍ବନ୍ଧିତ ଖବର