ବିଗିଡ଼ିଲା ଆଜମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା, ନିଶ୍ବାସ ନେବାରେ ସମସ୍ୟା ହେବାରୁ ଡାକ୍ତରଖାନା‌ରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ: ବିଗିଡ଼ିଲା ସମାଜବାଦୀ ପାର୍ଟିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୀର୍ଘ ସମୟ ପରେ ଜେଲରୁ ମୁକ୍ତ ହୋଇଥିବା ଆଜାମ ଖାନ ଶନିବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଦିଲ୍ଲୀ ଆଣିଥିଲେ। ତାଙ୍କୁ ରାତି ପ୍ରାୟ ୩ଟା ସମୟରେ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।  ଜେଲରୁ ମୁକୁଳିବା ପରେ ଆଜମ ଖାନ ଅନେକ ରୋଗରେ ପୀଡିତ ଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଅଦାଲତରେ ବିଚିତ୍ର ତଥ୍ୟାବଳୀ ଉପସ୍ଥାପନ କରାଯାଇଛି କହି ମେ’ ୧୯ରେ ସୁପ୍ରିମକୋର୍ଟ ଏକ ଠକେଇ ମାମଲାରେ ସମାଜବାଦୀ ପାର୍ଟିର ନେତା ଆଜମ୍‌ ଖାଁଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଥିଲେ। ନିୟମିତ ଜାମିନ ଆବେଦନ ଉପରେ ସିଦ୍ଧାନ୍ତ ନ ନେବା ପର୍ଯ୍ୟନ୍ତ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ବଳବତ୍ତର ରହିବ ବୋଲି କୁହାଯାଇଥିଲା।

ବିଚାରପତି ଏଲ୍‌ଏନ୍‌ ରାଓ, ବିଆର୍‌ ଗୱାଇ ଏବଂ ଏ. ଏସ୍‌. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ‘ରିଟ୍‌ ପିଟିସନ୍‌’ ଶୁଣାଣି କରୁଥିଲେ। ଆହ୍ଲାବାଦ ହାଇକୋର୍ଟ ଖାଁଙ୍କର ଜାମିନ ଆବେଦନ ହସ୍ତାନ୍ତର କରିବାରେ ବିଳମ୍ବ କରିବା ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ଉକ୍ତ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର