ଅଶୋଭନୀୟ ମନ୍ତବ୍ୟ ଲାଗି କ୍ଷମା ମାଗିଲେ ଆଜମ୍‌ ଖାଁ; କ୍ଷମା ଅଗ୍ରାହ୍ୟ କଲେ ସାଂସଦ ରମା ଦେବୀ

ନୂଆଦିଲ୍ଲୀ: ବିଜେପି ସାଂସଦ ରମା ଦେବୀଙ୍କ ପ୍ରତି ଅଶୋଭନୀୟ ଦେଇଥିବା ସମାଜବାଦୀ ସାଂସଦ ଆଜମ୍‌ ଖାଁ ସୋମବାର ଦିନ ଲୋକସଭାରେ କ୍ଷମା ମାଗିଛନ୍ତି।

ସେ କହିଛନ୍ତି: ବାଚସ୍ପତିଙ୍କ ପ୍ରତି ମୋର ମନ୍ଦ ଭାବନା ନାହିଁ। ଗୃହର ସମସ୍ତେ ମୋ ଭାଷଣ ଓ ମୋ ଆଚରଣ କଥା ଜାଣନ୍ତି, କିନ୍ତୁ ଏହା ସତ୍ତ୍ୱେ, ଯଦି ବାଚସ୍ପତି ଅନୁଭବ କରୁଛନ୍ତି ଯେ ମୁଁ ଭୁଲ୍‌ କରିଛି, ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ।

ଗୃହରେ ସୋମବାର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜମ୍‌ ଖାଁ ଏବଂ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିବା ପରେ କ୍ଷମାଯାଚନା କରାଯାଇଥିଲା।

Related image
Image Courtesy: IndiaToday

କିନ୍ତୁ, ବିଜେପି ସାଂସଦ ରମା ଦେବୀ ଆଜମ୍‌ ଖାଁଙ୍କ କ୍ଷମା ଦେବାକୁ ମନା କରି ଦେଇଛନ୍ତି। ସେ କହିଲେ, ଆଜମ୍‌ ଖାଁଙ୍କ ଆଚରଣ ଦେଶ ଓ ତା’ର ମହିଳାଙ୍କୁ ଆଘାତ ଦେଇଛି। ସେ ସର୍ବଦା ଏଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କ ଠାରେ କୌଣସି ପରିବର୍ତ୍ତନ ହେଉନାହିଁ। ତାଙ୍କର ଅଭ୍ୟାସ ବଦଳିବା ଉଚିତ। ତାଙ୍କ ପାଟିକୁ ଯାହା ଆସିଲା ସେ ବକି ଯାଉଛନ୍ତି, ଏଇଟା ବଦଳିବା ଦରକାର।

ସମ୍ବନ୍ଧିତ ଖବର