ଆମ ସରକାର ଆସିଲେ…..ଆଜମ ଖାଁଙ୍କ ଖୋଲା ଚେତାବନୀ

ରାମପୁର : ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜିକାଲି ରାମପୁରରେ ଅଛନ୍ତି ଏବଂ ପୌର ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଖୋଲାଖୋଲିଭାବେ ପୁଲିସ ଓ ପ୍ରଶାସନକୁ ଧମକ ଦେଇଥିବା ଦେଖାଯାଇଥିଲା ।

ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳେ ସରକାର ବଦଳିବ, ସେତେବେଳେ ଏହାଠାରୁ ଆହୁରି ଲମ୍ବା ରେଖା ଅଙ୍କାଯିବ। ଇନ୍ଦିରା ଗାନ୍ଧିଙ୍କ ଯୁଗ ବିଷୟରେ ଉଲ୍ଲେଖ କରି ଆଜମ ଖାନ୍ କହିଛନ୍ତି ଯେ ଏହା ତାଙ୍କର ୪୦-୪୨ ବର୍ଷର ରାଜନୈତିକ ଜୀବନର ଅନୁଭୂତି। ତାଓ୍ବାରେ ଥିବା ରୁଟି କେବେ ଓଲଟିବ ତାହା କହିହେବ ନାହିଁ ।

ପୁଲିସକୁ ଧମକ ଦେଇ ସେ କହିଛନ୍ତି, ଯେଉଁ ପୋଲିସ କର୍ମଚାରୀ ମାନେ ଆପଣଙ୍କ ଘରର କବାଟ ଭାଙ୍ଗି ଆପଣଙ୍କୁ ଧକ୍କା ଦେଇଥିଲେ ସେମାନେ ଠିଆ ହୋଇ ଆପଣଙ୍କୁ ଏହି ବୁଟରେ ସଲାମ କରିବେ । ରାମପୁର ପୌରପାଳିକାର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟି ପ୍ରାର୍ଥୀ ଫାତିମା ଜାବିଙ୍କ ପାଇଁ ଆଜମ ଖାନ ପ୍ରଚାର କରୁଥିଲେ । ମେ’ ୪ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହେବ।

 

 

 

ସମ୍ବନ୍ଧିତ ଖବର