ବାକୁ: ଆଜରବାଇଜାନ ଏୟାରଲାଇନ୍ସର ବିମାନ ୮୪୩୨ ଖ୍ରୀଷ୍ଟମାସ ଦିନ ଦୁର୍ଘଟଣାଗ୍ରସ୍ତ ହେବା ଖବର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ତେବେ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣ ପରେ ହିଁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଏଥିରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ ଚେଚେନ୍ୟାର ରାଜଧାନୀ ଗ୍ରୋଜନି ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣ ସମୟରେ ରୁଷିଆର ନର୍ସ୍କି ଅଂଚଳର ପାଣ୍ଟସିର-ଏସ୍ ଏୟାର ଡିଫେନ୍ସ ସିଷ୍ଟମରୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ଏବଂ ଏହା ବିମାନରେ ମାଡ଼ ହୋଇଥିଲା।
ଜରୁରୀ ଅବତରଣ ପାଇଁ ଅନୁମତି ଦେଇନଥିଲା
ସମୁଦ୍ରରେ ଖସାଇଦେବାକୁ ପ୍ରୟାସ ହୋଇଥିଲା
ଯେଉଁଥିରେ ବିମାନର କକ୍ପିଟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଫ୍ଲାଇଟ୍ ରାଡାର ୨୪ର ତଥ୍ୟ ଅନୁଯାୟୀ, ବିମାନଟି ଭୋର ୩ଟା ୫୫ମିନିଟରେ ବାକୁରୁ ଉଡ଼ାଣ ଭରିଥିଲା ଏବଂ ଭୋର ୪ଟା ୨୫ ସୁଦ୍ଧା ଏହାର ସ୍ଥିତି ସଂକ୍ରାନ୍ତ ତଥ୍ୟ ମିଳିଥିଲା। ଏହାପରେ ବିମାନଟି ଜିପିଏସ୍ ହସ୍ତକ୍ଷେପର ସମ୍ମୁଖୀନ ହୋଇଥିଲା। କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନଟିକୁ ଅବତରଣ କରିବାକୁ ମନା କରି ରୁଷ୍ ଏହାର ନେଭିଗେସନ୍ ସିଷ୍ଟମକୁ ଅଚଳ କରି ସମୁଦ୍ର ଗର୍ଭରେ ଖସାଇ ଦେବାକୁ ଚେଷ୍ଟା କରିଥିଲା। ଆଜରବାଇଜାନ ଏୟାରଲାଇନ୍ସ ଦାବି କରିଛି ଯେ ବିମାନର ପାଇଲଟ ଆଲେକଜାଣ୍ଡର କାଲ୍ୟାନିନୋଭ୍ ରୁଷ୍ର ତିନୋଟି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ, କିନ୍ତୁ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ବିମାନରେ ୬୭ ଜଣ ଯାତ୍ରୀ ଓ ୫ ଜଣ କ୍ରୁ ମେମ୍ବର ଥିଲେ। ଆଜରବାଇଜାନର ରାଷ୍ଟ୍ରପତି ଇଲ୍ହାମ ଅଲିୟେଭ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦେଶରେ ଜାତୀୟ ଶୋକ ଘୋଷଣା କରାଯାଇଛି ।