କାବୁଲ : ଅନ୍ତର୍ଜାତୀୟ ଆତଙ୍କବାଦୀ ଏବଂ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାର ଆଫଗାନିସ୍ତାନରେ ଅଛି ବୋଲି ପାକିସ୍ତାନ ଓ ଆଉ କେତେକ ଦେଶ କରୁଥିବା ଅପପ୍ରଚାରକୁ ଖଣ୍ଡନ କରିଛି ତାଲିବାନ । ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିବା ଖବର ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଯାହା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦୂରତା ବୃଦ୍ଧି କରିବାକୁ ଚାହୁଁଛି ବୋଲି ତାଲିବାନ କହିଛି।
ତାଲିବାନ ସରକାରଙ୍କ ନିର୍ଭରଯୋଗ୍ୟ ସୂତ୍ର ଗଣମାଧ୍ୟମକୁ କହିଛି ଯେ ମାସୁଦ ଆଝାର ଆଫଗାନିସ୍ତାନରେ ଲୁଚି ରହିଥିବା ନେଇ ଗୁଜବ ପ୍ରଚାର କରାଯାଉଛି। ଏହା କେବଳ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅବିଶ୍ୱାସ ବିସ୍ତାର କରିବାର ଏକ ପ୍ରୟାସ, କାରଣ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ନିକଟତର ହୋଇଛନ୍ତି। ଏପରି ଷଡ଼ଯନ୍ତ୍ର ପଛରେ କିଏ ଅଛି ତାହା ତାଲିବାନ ସୂତ୍ର ସ୍ପଷ୍ଟ କରି ନଥିଲେ, କିନ୍ତୁ ଇଙ୍ଗିତ ପାକିସ୍ତାନ ଏବଂ ଆମେରିକା ଆଡକୁ ଥିଲା।
ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ କହିଥିଲେ ଯେ ଆଝାର କେଇଁଠାରେ ଅଛି ତାହା ଭାରତ ଜଣାଇଲେ, ତାହାକୁ ସମର୍ପଣ କରାଯିବ । ତେବେ ଏ ନେଇ ଭାରତର କୌଣସି ପ୍ରତିକ୍ରିୟା ଆସିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/06/azhar-2025-07-06-22-13-04.jpg)