ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କରୋନା ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ପିଏମ କେଆରସ ଫଣ୍ଡ ନାମରେ ଏକ ଟ୍ରଷ୍ଟ ସ୍ଥାପନ କରିବା ପରେ ଅନେକ ଲୋକ ଆର୍ଥିକ ସହାୟତା ପାଇଁ ଆଗକୁ ଆସିଛନ୍ତି। ଏହି ତାଲିକାରେ ଆଇଟି କଂପାନି ୱିପ୍ରୋର ପ୍ରତିଷ୍ଠାତା ଆଜିମ ପ୍ରେମଜୀଙ୍କ ନାମ ବର୍ତ୍ତମାନ ଯୋଡି ହୋଇଛି। ଗୁରୁବାର ଦିନ ୱିପ୍ରୋ ଲିମିଟେଡ୍, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଏବଂ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ମିଳିତ ଭାବେ କରୋନା ଭୂତାଣୁ ସହ ଦେଶ ଲଢ଼ୁଥିବା ଲଢେଇରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ୧,୧୨୫କୋଟି ଟଙ୍କା ଯୋଗଦାନ କରିବାକୁ ଘୋଷଣା କରିଛନ୍ତି।

Advertisment

Azim Premji HAS NOT Made Rs 50,000 Crore Donation to Fight ... Latestly

ୱିପ୍ରୋ ଲିମିଟେଡ୍, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଏବଂ ଆଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ମିଳିତ ଭାବେ କୋଭିଡ-୧୯ ମହାମାରୀ ଜନିତ ରୋଗରୁ ଆସିଥିବା ସ୍ୱାସ୍ଥ୍ୟ ତଥା ମାନବିକ ସଙ୍କଟର ମୁକାବିଲା ପାଇଁ ୧୧୨୫କୋଟି ଟଙ୍କା ଦାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ବୋଲି ୱିପ୍ରୋ ଏବଂ ଆଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ପକ୍ଷରୁ ଜାରି ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ୧,୧୨୫ କୋଟି ଟଙ୍କା ମଧ୍ୟରୁ ୱିପ୍ରୋ ଲିମିଟେଡ୍ ୧୦୦ କୋଟି ଟଙ୍କା ଦେଇଥିବାବେଳେ ୱିପ୍ରୋ ଏଣ୍ଟରପ୍ରାଇଜେସ୍ ୨୫କୋଟି ଟଙ୍କା ଦାନ କରିଥିବା ଜଣା ପଡିଛି। ସେହିଭଳି ଭାବରେ ଆଜିମ ପ୍ରେମଜୀ ଫାଉଣ୍ଡେସନରୁ ପକ୍ଷରୁ ୧୦୦୦କୋଟି ଟଙ୍କା ଦାନ କରାଯାଉଥିବା ନେଇ ସୂଚନା ରହିଛି | ୱିପ୍ରୋ ପ୍ରତିଷ୍ଠାତା ଅଜିମ୍ ପ୍ରେମଜୀ ଭାରତ ଆଇଟି ଇଣ୍ଡଷ୍ଟ୍ରିର ରାଜା ଭାବରେ ଜଣାଶୁଣା ଥିବା ସହ ତାଙ୍କର ଦାନକାରୀ କାର୍ଯ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି |