୨ ମାସ ମଧ୍ୟରେ ୫୦ କୋଟି ଲୋକଙ୍କୁ ଦିଆଯାଇପାରିବ ଟିକା, ଏପରି କି ବୁଦ୍ଧି ଦେଲେ ଅଜିମ୍‌ ପ୍ରେମ୍‌ଜୀ?

ନୂଆଦିଲ୍ଳୀ: ୫୦ କୋଟି ଲୋକଙ୍କୁ ୬୦ ଦିନ ଭିତରେ କିପରିି ଟିକା ଦିଆଯାଇ ପାରିବ ସେ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣଙ୍କ ସମ୍ମୁଖରେ ନିଜର ମତ ବ୍ୟକ୍ତ କରିଛନ୍ତି ୱିପ୍ରୋର ନିର୍ମାତା ତଥା ବିଶିଷ୍ଟ ଶିଳ୍ପପତି ଅଜିମ୍‌ ପ୍ରେମ୍‌ଜୀ। ସେ ଟିକାକରଣରେ ବେସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ସାମିଲ୍‌ କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ତାଙ୍କ କହିବା କଥା ହେଲା ବେସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ସାମିଲ୍‌ କରାଇଲେ ମାତ୍ର ୨ ମାସ ମଧ୍ୟରେ ଅଧିକ ୫୦ କୋଟି କରୋନା ଟିକା ଦିଆଯାଇ ପାରିବ।

ବାଙ୍ଗଲୋର ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରି ଅଫ୍‌ କମର୍ସରେ ନିର୍ମଳା ସୀତାରରମଣଙ୍କ ସହ ଏକ କଥୋପକଥନରେ ଏପରି କହିଛନ୍ତି ପ୍ରେମ୍‌ଜୀ। ବେସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ସାମିଲ୍‌ କରାଗଲେ ଯାଇ ଟିକାକରଣ ଜଲ୍‌ଦି ତା’ର ଲକ୍ଷ୍ୟ ପୂରଣ କରିବ ବୋଲି ପ୍ରେମ୍‌ଜୀ ଆଶା ପ୍ରକଟ କରିଛନ୍ତି।

ଯଦିଓ ସେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସରକାରଙ୍କ ଦ୍ବାରା ଯେତିକି ସମ୍ଭବ ସେ କରୁଛନ୍ତି, ତେବେ ବେସକରାରୀ ହସ୍ପିଟାଲ୍‌କୁ ଟିକାକରଣରେ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ବିଶ୍ବାସ କରନ୍ତି।

ସେ କହିଛନ୍ତି କି ‌ସିରମ୍‌ ଇନ୍‌ଷ୍ଟିଟ୍ବିଟ୍‌ ୩୦୦ ଟଙ୍କାରେ ବେସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ଟିକା ଯୋଗାଇବ। ବେସରକାରୀ ନର୍ସିଂହୋମ୍‌ ଏବଂ ହସ୍ପିଟାଲ୍‌ଗୁଡ଼ିକ ସେହି ଟିକାକୁ ସଟ୍‌ ପିଛା ୪୦୦ ଟଙ୍କାରେ ବିକ୍ରି କରିବେ। ଏପରି କଲେ ଗଣଟିକାକରଣ ସହଜରେ ସମ୍ଭବ ହୋଇପାରିବ।

ସରକାର ଏହାକୁ ଗୁରୁତ୍ବ ଦିଅନ୍ତୁ ବୋଲି ପ୍ରେମ୍‌ଜୀ କହିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏବେ ସୁଦ୍ଧା ୧.୧୧ କୋଟି ସ୍ବାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କର୍ମୀ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର