କର୍ଣ୍ଣାଟକରେ ବିଜେପିକୁ ସରକାର ଗଢ଼ିବାରେ ସାହାଯ୍ୟ କରିବେ ୟେଦିୟୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ସକ୍ରିୟ ହୋଇଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ଗୋଟିଏ ପଟେ ସଂସଦୀୟ ବୋର୍ଡରେ ସ୍ଥାନ ଦେଇଥିବା ବେଳେ କର୍ଣ୍ଣାଟକରେ ବିଜେପିକୁ ସରକାର ଗଢ଼ିବାରେ ସେ ସାହାଯ୍ୟ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଶନିବାର ଦିନ ୟେଦିୟୁରପ୍ପା ଦାବି କରିଛନ୍ତି ଯେ ଆସନ୍ତା ନିର୍ବାଚନରେ ​​ରାଜ୍ୟରେ ବିଜେପି ଏକ ବଡ ବିଜୟ ହାସଲ କରିବ।

ସୂଚନା ମୁତାବକ, ବିଏସ ୟେଦିୟୁରପ୍ପା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚ ଉପରେ ସାଥୀ ହୋଇ ବସିଥିବାର ଦେଖାଯାଇଥିଲା। ଏ ଦୃଶ୍ୟ କିଛି ମାସ ତଳର ଦୃଶ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯେତେବେଳେ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଏବଂ ମହୀସୁର ଗସ୍ତରେ ଯାଇଥିଲେ, ସେତେବେଳେ ୟେଦିୟୁରପ୍ପା କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା। ତେବେ ଶୁକ୍ରବାର ଦିନ ଲୋକେ ଭିନ୍ନ ଦୃଶ୍ୟ ଦେଖିବାକୁ ପାଇଥିଲେ। ମଞ୍ଚ ଉପରେ ଦୁହିଁଙ୍କ ମଧ୍ୟରେ ଥିବା ଆତ୍ମୀୟତା ଲୋକେ ଦେଖିବା ସହ ଦୁହେଁ ସାଥୀ ହୋଇ ରାଲିରେ ସାମିଲ ହୋଇଥିବା ଦେଖାଯାଇଥିଲା। ଏଦୃଶ୍ୟ ଦେଖି ସ୍ପଷ୍ଟ ହୋଇଛି ଯେ, କର୍ଣ୍ଣାଟକ ନିର୍ବାଚନର ସମସ୍ତ ଦାୟିତ୍ବ ୟେଦିୟୁରପ୍ପାଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

 

ସମ୍ବନ୍ଧିତ ଖବର