ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗ ପରେ ଉତ୍ତର ପ୍ରଦେଶ ଆଗ୍ରାରୁ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି। 

Advertisment

ପୁଲିସର ସୂଚନା ଅନୁଯାୟୀ, ଆଶ୍ରମର ନିର୍ଦ୍ଦେଶକ ଚୈତନ୍ୟାନନ୍ଦଙ୍କ ବିରୋଧରେ ୧୭ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । 
ଛାତ୍ରୀମାନଙ୍କ କହିବାନୁଯାୟୀ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍‍ ମେସେଜ୍‍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । 

ଗିରଫ ପରେ ବାବା ଚୈତନ୍ୟାନନ୍ଦ ଏବେ ତିହାଡ଼ ଜେଲରେ ବନ୍ଦୀ ଅଛନ୍ତି। ଗତ ଶନିବାର ଥିଲା ତାଙ୍କର ଜେଲର ଦ୍ୱିତୀୟ ରାତି। ପ୍ରଥମ ରାତି ପରିସେ ବହୁତ ଅସ୍ଥିର ଦେଖାଯାଉଥିଲେ। ଦ୍ୱିତୀୟ ଦିନ ମଧ୍ୟ ସେ ଶୋଇପାରି ନଥିଲେ। ସାରା ରାତି ତାଙ୍କ କୋଠରୀରେ ବୁଲୁଥିଲେ। ବିରକ୍ତ ହୋଇ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କ ଉପରେ ବିନା କାରଣ‌ରେ ଚିତ୍କାର କରିବା ଆରମ୍ଭ କରିଥିଲେ।

ସୂତ୍ର ଅନୁଯାୟୀ, ବାବା ଚୈତନ୍ୟାନନ୍ଦ ଜେଲ ମାନୁଆଲ୍ ପାଳନ କରିବାକୁ ଅନିଚ୍ଛୁକ। ସେ ଜେଲରେ ନିଜର ସୁବିଧା ପାଇଁ ବ୍ୟବସ୍ଥା କରିବା ପାଇଁ ତାଙ୍କ ଓକିଲଙ୍କ ସାହାଯ୍ୟରେ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ତିହାର ଜେଲରେ ତାଙ୍କର ପ୍ରୟାସ ବିଫଳ ହୋଇଥିଲା। ସେ ସାଧାରଣ କଏଦୀଙ୍କ ପରି ଜୀବନଯାପନ କରିବାକୁ ବାଧ୍ୟ ହୋଇଛନ୍ତି।

ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ତିହାଡ଼ ଜେଲର ସେଲ ନମ୍ବର ୭ରେ ଅଛନ୍ତି। ଏହି ସେଲ କେବଳ ହାଇ-ପ୍ରୋଫାଇଲ୍ କଏଦୀମାନଙ୍କ ପାଇଁ ବ୍ୟବହୃତ ହୁଏ। ଏହି ସେଲ ଅନ୍ୟ ସେଲଠାରୁ ବହୁତ ଭିନ୍ନ। ଏପରି ସେଲରେ ରଖାଯାଉଥିବା କଏଦୀମାନଙ୍କ ଉପରେ ସବୁବେଳେ ନଜର ରଖାଯାଇଥାଏ।