ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର କାନ୍ତା ପ୍ରସାଦ (୮୦) ଓରଫ ‘ବାବା କା ଢାବା’ର ମାଲିକ ତାଙ୍କୁ ଲୋକଲୋଚନକୁ ଆଣିଥିବା ୟୁଟ୍ୟୁବରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କୁ ବିଭିନ୍ନ ମହଲରୁ ମିଳିଥିବା ଆର୍ଥିକ ସହାୟତାକୁ ୟୁଟ୍ୟୁବର ଗୌରବ ୱାସନ ଚଳୁ କରିଦେଇଛନ୍ତି ବୋଲି ଅଭିଯୋଗ କରି କାନ୍ତା ପ୍ରସାଦ ଥାନାରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ଲକ୍ଡାଉନ୍ ଯୋଗୁଁ କାନ୍ତା ପ୍ରସାଦଙ୍କ ଢାବା ବନ୍ଦ ହୋଇଯାଇଥିଲା ଏବଂ ସେ ଚରମ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଥିଲେ। କାନ୍ତା ପ୍ରସାଦଙ୍କ ଏଭଳି ଦୟନୀୟ ସ୍ଥିତିକୁ ନେଇ ୟୁଟ୍ୟୁବର ଗୌରବ ୱାସନ ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରିବା ପରେ କାନ୍ତା ପ୍ରସାଦଙ୍କୁ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ମିଳିଥିଲା। ତେବେ କାନ୍ତା ପ୍ରସାଦଙ୍କୁ ମିଳିଥିବା ଅର୍ଥକୁ ୟୁଟ୍ୟୁବର ଗୌରବ ୱାସନ ହଡ଼ପ କରିଛନ୍ତି ବୋଲି ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି।
ୟୁଟ୍ୟୁବର୍ଙ୍କ ବିରୋଧରେ ମାମଲା ରୁଜୁ କଲେ ବାବା କା ଢାବା ମାଲିକ
/sambad/media/post_attachments/wp-content/uploads/2020/11/baba-ka-dhaba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)