ନୂଆଦିଲ୍ଲୀ: କିଛିଦିନ ହେବ ବାବା ରାମଦେବ ତାଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ପାଇଁ ସେ କ୍ଷମା ବି ମାଗିସାରିଛନ୍ତି । ହେଲେ ବାବାଙ୍କ ବୟାନକୁ ନେଇ ଏବେ ବି ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ରାମଦେବ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ଏକ ଜାତୀୟ ଗଣମାଧ୍ୟମରେ ବାବା ରାମଦେବ କହିଛନ୍ତି କି “ନା ମୁଁ ଏଲୋପାଥି ଚିକିତ୍ସାର ବିରୋଧୀ, ନା ମୁଁ ଏଲୋପାଥି ଚିକିତ୍ସକଙ୍କୁ ବିରୋଧ କରୁଛି, କେବଳ ଏଲୋପାଥି ଔଷଧ ମାଫିଆଙ୍କ ବିରୋଧରେ ମୋର ଲଢେଇ” । ବାବା ରାମଦେବ କହିଛନ୍ତି କି ତାଙ୍କର ଅସଲି ଲଢେଇ ଡ୍ରଗ୍ସ ମାଫିଆଙ୍କ ବିରୋଧରେ । ଯିଏ କି ଦୁଇ ଟଙ୍କାର ଔଷଧକୁ ୨ ହଜାର ଟଙ୍କାରେ ତ ବେଳେ ବେଳେ ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏହାସହ ଡାକ୍ତରମାନେ କେତେବେଳେ ଆବଶ୍ୟକ ନଥିବା ରୋଗୀଙ୍କର ଅସ୍ତ୍ରୋପଚାର କରାଉଛନ୍ତି ତ ଆବଶ୍ୟକ ନଥିବା ବେଳେ ଅନେକ ଗୁଡିଏ ପରୀକ୍ଷା କରି ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତ କରୁଛନ୍ତି ।
ଅନ୍ୟପଟେ ବିବାଦକୁ ନ ବଢାଇ ସେ ଶେଷ କରିବାକୁ ଚାହୁଁଥିବା କଥା କହିଛନ୍ତି । ଏହାସହ ସେ ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା କରାଯାଉଥିବା ଅସ୍ତ୍ରୋପଚାର ଓ ଜୀବନ ରକ୍ଷକ ଔଷଧକୁ ସମ୍ମାନ କରୁଥିବା କଥା କହିଛନ୍ତି । ଏହାସହ ସେ ଦାବି କରିଛନ୍ତି କି ରକ୍ତଚାପ, ମଧୁମେହ, ଥାଇରଏଡ, ଅର୍ଥରାଇଟ୍ସ, ଲିଭର ବେମାରୀର ଚିକିତ୍ସା ଆର୍ୟୁବେଦିକ ମାଧ୍ୟମରେ କରାଯାଇପାରିବ ବୋଲି ସେ ଦାବି କରିଛନ୍ତି ।