ବିବାଦରେ ବାବା ରାମଦେବଙ୍କ କୋଭିଡ୍ ଔଷଧ ପରୀକ୍ଷଣ

ଭୋପାଳ : ଯୋଗଗୁରୁ ବାବା ରାମଦେବଙ୍କ ପରିଚାଳିତ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଦ୍ବାରା ଏକ ଆୟୁର୍ବେଦ ଔଷଧର ନୈଦାନିକ ପରୀକ୍ଷଣ ଆରମ୍ଭରୁ ହିଁ ବିବାଦ ଉପୁଜିଛିା ମଧ୍ୟପ୍ରଦେଶର ଇନ୍ଦୋର ସହର ସ୍ଥିତ ମହାତ୍ମା ଗାନ୍ଧି ମେମୋରିଆଲ୍ ମେଡିକାଲ୍ କଲେଜ୍‌ରେ କୋଭିଡ୍–୧୯ ରୋଗୀଙ୍କ ଠାରେ ଉକ୍ତ ଆୟୁର୍ବେଦ ଔଷଧର ପରୀକ୍ଷାନିରୀକ୍ଷା ଅନୁମତି ପାଇଁ ପତଞ୍ଜଳି ସଂଗଠନ ଆବେଦନ କରିଥିଲା। ସଂପୃକ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପାଇଁ ସବୁଜ ସଂକେତ ଦେଇଥିଲା। ଦୁଇ ଦିନ ପରେ ବିରୋଧୀ କଂଗ୍ରେସ ପାର୍ଟି ଏପରି ତରବରିଆ ଅନୁମତି ଉପରେ ପ୍ରଶ୍ନ ଉଠାଇବାରୁ ଉକ୍ତ ଅନୁମତିକୁ ରଦ୍ଦ କରିଦିଆଯାଇଛି। ଟ୍ରଷ୍ଟ୍ ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକୃଷ୍ଣ କହନ୍ତି, ଯେଉଁମାନେ ଏପରି ଦେଶୀ ଚିକିତ୍ସାର ବିରୋଧ କରୁଛନ୍ତି, ସେମାନେ ବହୁଦେଶୀୟ ଔଷଧ କମ୍ପାନିର ଚାମଚା। ହଜାରାଧିକ କୋଭିଡ୍ ରୋଗୀ ଏହି ଔଷଧ ବ୍ୟବହାରରୁ ଅନୁକୂଳ ଫଳ ପାଇଛନ୍ତି। କିନ୍ତୁ ଏହି ଔଷଧ ଉପଯୋଗର ଏକ ଗବେଷଣାତ୍ମକ ନିଷ୍କର୍ଷ ବାହାର କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର