ବିବାହ ଉତ୍ସବରେ ଅତିଥିମାନଙ୍କୁ ଯୋଗ କରାଇଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡର ଔଲିଠାରେ ଏକ ସ୍କି ରିସୋର୍ଟରେ ଦକ୍ଷିଣ ଆଫ୍ରିକୀୟ ଏନଆର ଆଇ ବ୍ୟବସାୟୀ ଗୁପ୍ତା ବ୍ରଦର୍ସଙ୍କ ଦୁଇ ପୁଅଙ୍କ ବିବାହ ଉତ୍ସବରେ ପ୍ରାୟ ୨୦୦ କୋଟି ଟଙ୍କା ହୋଇଥିବା କରାଯାଉଛି। ବଡ ଭାଇ ଅଜୟ ଗୁପ୍ତାଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କ ବାହାଘର ଜୁନ୍‌ ୧୯ ଓ ୨୦ରେ ହୋଇଥିଲା। ଅପର ପକ୍ଷରେ ସାନଭାଇ ଅତୁଲ ଗୁପ୍ତାଙ୍କ ପୁଅ ଶଶାଙ୍କଙ୍କର ବାହାଘର ଗତକାଲି ଅନୁଷ୍ଠିତ ହୋଇଥିଲା।

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ରାମଦେବ ମହାରାଷ୍ଟ୍ରର ନାନ୍ଦଡେରୁ ବିମାନରେ ଦେଢ଼ ହଜାର କିଲୋମିଟର ଯାତ୍ରା କରି ଔଲିଠାରେ ପହଞ୍ଚଲେ। ଏଠାରେ ସେ ଗୁପ୍ତା ବ୍ରଦର୍ସଙ୍କ ବିବାହ ଉତ୍ସବରେ ଯୋଗ କରାଇଥିଲେ।

photo-jansatta

ଏହି ଯୋଗ କାର୍ଯ୍ୟକ୍ରମରେ ବିଜିନେସ ଟାକୁନ୍‌ ଗୁପ୍ତା ବ୍ରଦର୍ସଙ୍କ ପରିବାରର ସଦସ୍ୟ ,ଅତିଥି,ଅଭିନେତା କରଣବୀର ଭୋରା,ତାଙ୍କ ପତ୍ନୀ ତିଜଲ ଓ ଇଣ୍ଡୋ-ତିବ୍ଦତ ବର୍ଡର ପୁଲିସ (ଆଇଟି ବିପିର ଯବାନ୍‌ ମାନେ) ମଧ୍ୟ ସାମିଲ ହୋଇଥିଲେ। ଏଥିରେ ଯୋଗାଭ୍ୟାସ କରିଥିବା ବହୁ ଲୋକ କହିଥିଲେ ଯେ ବାବା ରାମଦେବଙ୍କ ସହିତ ଯୋଗ କରିବାର ଅନୁମତି ଏକଦମ୍‌ ନିଆରା।

ସମ୍ବନ୍ଧିତ ଖବର