ହରିଦ୍ବାରା: ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବାବା ରାମଦେବ । କେତେବେଳେ ଘୋଡା ସହ ରେସ୍ କରି ତ ପୁଣି କେବେ ନଦୀରେ ପହଁରି ଚର୍ଚ୍ଚାରେ ରୁହନ୍ତି ରାମଦେବ । ଆଉ ତାଙ୍କର ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୁଏ । ଏଇ ଆଜି ଯେମିତି ଗଙ୍ଗା ନଦୀକୁ ଲମ୍ଫ ମାରି ପହଁରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୫୯ ବର୍ଷିୟ ବାବାଙ୍କ ଫିଟନେସର ପ୍ରଶଂସକ ପାଲଟିଛନ୍ତି ୟୁଜର୍ସ ।
जब हर की पैड़ी पर बाबा रामदेव ने की तैराकी, देखिए वीडियो @NavbharatTimespic.twitter.com/7cLavHWKzA
— NBT Uttar Pradesh (@UPNBT) March 21, 2025
ତେବେ ହରିଦ୍ବାରର ହର କି ପୋଡିରେ ପହଞ୍ଚିବା ପରେ ବାବା ରାମଦେବ ମାତା ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ସ୍ନାନ କରିଥିଲେ । ନଦୀରେ ବୁଡ ପକାଇଥିଲେ । ହେଲେ ସେତିକିରେ ମନ ମାନିଲାନି ଯେ ସ୍ନାନ ପରେ ବାବା ନିଜ ଧୋତିକୁ ଭଲରେ ଭିଡିଥିଲେ ଏବଂ ନଦୀକୁ ସିଧା ଲମ୍ଫ ମାରିଥିଲେ । ଗାର୍ଡ ସହ ଗଙ୍ଗାରେ ପହଁରି ପହଁରି ସେ ଏପଟରୁ ସେପଟ ହୋଇଥିଲେ । ଆଉ ୫୯ ବର୍ଷିୟ ବାବାଙ୍କ ଯୁବକତ୍ବ ଦେଖି ଉପସ୍ଥିତ ଲୋକେ ତାଙ୍କୁ ଉତ୍ସାହିତ କରିବା ସହ ଭିଡିଓ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/21/bSvpHq5Pl847bB9fm4u6.jpg)