ନୂଆଦିଲ୍ଲୀ: କରୋନା ପାଇଁ ବାବାଙ୍କ ରାମବାଣ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ହାଲକା ଭାବେ ନ ନେବାକୁ ଯୋଗଗୁରୁ ବାବା ରାମଦେବ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, ଦୁନିଆରେ ଏହି କରୋନା ଭୟଙ୍କର କ୍ଷତି ଘଟାଇଛି । ବିଭିନ୍ନ ତଥ୍ୟ ଆଧାରରେ ରାମଦେବ କହିଛନ୍ତି ଯେ, କାଢା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ତେଣୁ ପୂର୍ବରୁ ଯେଭଳି କାଢା ବ୍ୟବହାର ହେଉଥିଲା ଏବେ ବି ସେଭଳି କାଢା ବ୍ୟବହାର କରାଯାଉ । ସେହିଭଳି ବାହାରକୁ ବାହାରିଲେ ନାକରେ ଅଣୁତେଲ ପକାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ତେବେ ଏହା ପୂର୍ବରୁ ବି କରୋନା ମେଡିସିନ୍ ବାହାର କରିଥିବା ଦାବି କରିଥିଲେ ବାବା ରାମଦେବ୍ । କରୋଲିନ୍ ଖାଇଲେ କରୋନାରୁ ମୁକ୍ତି ମିଳିବ ବୋଲି କହିଥିଲେ । ଏବେ ଯେତେବେଳେ ଦେଶରେ କରୋନାର ତୃତୀୟ ଲହର ଆସିବାକୁ ଯାଉଛି, ସେତେବେଳେ କରୋନାର ରାମବାଣ ଆଣିଥିବା କହିଛନ୍ତି ବାବା ରାମଦେବ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/t-65.jpg)