ନୂଆଦିଲ୍ଲୀ: ମୁମ୍ବାଇରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଦେଶ ତଥା ‌ଦେଶ ବାହାରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗତ ସନ୍ଧ୍ୟାରେ ବିପୁଳ ପରିମାଣ‌ରେ ଲୋକେ ଉପସ୍ଥିତ ରହିଛି ବାପା ସିଦ୍ଦିକିଙ୍କୁ ଅନ୍ତିମ ବଦାୟ ଦେଇଥିଲେ। ବାପା ସିଦ୍ଦିକିଙ୍କ ଅନ୍ତିମ ଦର୍ଶନ ପାଇଁ ସଲମାନଙ୍କ ଠାରୁ ଆରମ୍ଭ କରି ତାଙ୍କର ଅନେକ ବନ୍ଧୁ ଓ ସମ୍ପର୍କୀୟ ପହଞ୍ଚିଥିଲେ। 

Advertisment

ବିଶେଷ ସୂତ୍ରରୁ ସୂଚନା ମିଳିଛି, ଏହି ଘଟଣାରେ ବାବା ସିଦ୍ଦିକିଙ୍କ ପୁଅ ଜିଶାନଙ୍କ ଉପରେ ଆକ୍ରମଣ ହେବାର ଅନେକ ସମ୍ଭାବନା ରହିଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କାରଣ ବାବା ସିଦ୍ଦିକି ଓ ଜିଶାନ କାମସାରି ଅଫିସରୁ ଘରକୁ ଯିବାକୁ ବାହାରୁଥିଲେ। ଏହି ସମୟରେ ଜିଶାନଙ୍କ ଏକ ଜରୁରୀ ଫୋନକଲ ଆସିଥିଲା। ତେଣୁ ସେ ଫୋନରେ କଥା ହେବାପାଇଁ ପୁଣି କାର୍ଯ୍ୟାଳୟ ଭିତରକୁ ଚାଲି ଯାଇଥିଲେ। ଯେତେବେଳେ ସେ କାର୍ଯ୍ୟାଳୟରେ ବସି ଫୋନରେ କଥା ହେଉଥିଲେ ସେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା।

ତେବେ ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ ଅନେକ ଦିନରୁ ଧମକ ମିଳୁଥିଲା। ସେ ୱାଇ କାଟାଗୋରିର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିଲେ। ତଥାପି ତାଙ୍କୁ ଗୁଳି କରାଯାଇ ହତ୍ୟା କରିଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ବିଭିନ୍ନ ଦିଗରୁ ଏହି ଘଟଣାର ଯାଞ୍ଚ ଆରମ୍ଭ କରୁଛି। ବାବା ସିଦ୍ଧିକିଙ୍କୁ ଏପରି କାହିଁକି ହତ୍ୟା କରାଗଲା ତାହାର କାରଣ ‌ଖୋଜୁଛି ପୁଲିସ।