ନୂଆଦିଲ୍ଲୀ:  ମୁମ୍ବାଇରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ୱାଇ କ୍ୟାଟେଗୋରିର ସୁରକ୍ଷା ମିଳିଥିବା ବେଳେ ବିଚରାସ୍ତାରେ ତାଙ୍କୁ ହତ୍ୟା କରାଯିବାପରେ ଚାରିଆଡେ ଆଲୋଡନ ସୃଷ୍ଟି ହୋଇଛି। ଲୋକେ ପ୍ରଶ୍ନ କରିଛନ୍ତି ଯଦି ଦେଶରେ ଏତେ ବଡ଼ ନେତା ସୁରକ୍ଷିତ ନୁହନ୍ତି ତେବେ ରାଜ୍ୟର ସାଧାରଣଲୋକେ କେତେ ସୁରକ୍ଷିତ।

Advertisment

ବାବା ସିଦ୍ଦିକିଙ୍କୁ ଯେଉଁମାନେ ଗୁଳି କରିଥିଲେ ସେଥିମଧ୍ୟରୁ ଦୁଇଜଣ ବହରାଇଚର କେସରଗଞ୍ଜ ଥାନା ଅଞ୍ଚଳରେ ବସବାସ କରନ୍ତି। ଏଥିମଧ୍ୟରୁ ଜଣକ ନାମ ଧର୍ମରାଜ କଶ୍ୟପ ଓ ଅନ୍ୟର ନାମ ଶିବକୁମାର ଗୌତମ ଥିବା ଜଣାପଡ଼ିଛି। ଦୁଇଜଣ ଅଭିଯୁକ୍ତଙ୍କ ପରିବାରଲୋକଙ୍କ କହିବାନୁସାରେ, ଧର୍ମରାଜ ଓ ଶିବକୁମାର ଚାକିରି ପାଇଁ ମୁମ୍ବାଇ ଯାଇଥିଲେ। କିନ୍ତୁ ଜଣାନାହିଁ ଦୁହେଁ କେଉଁ ପରିସ୍ଥିତିରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗରେ ସାମିଲ ହୋଇଗଲେ। ଏହି କ୍ରମ‌ରେ ଅଭିଯୁକ୍ତ ଶିବକୁମାର ଓରଫ ଶିବା ଗୌତମ(୨୦)ର ଇନଷ୍ଟାଗ୍ରାମର ପ୍ରୋଫାଇଲ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମାଫିଆ ଶୈଳୀରେ ରିଲ କରି ଧମକ ଦେଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମରେ ଗୌତମ କେଜିଏଫ ସିନେମାର ସଂଳ୍ପାପ ‘ପାୱରଫୁଲ ପିପୁଲ ମେକ ପ୍ଲେସ ପାୱରଫୁଲ’ରେ ରିଲ କରିଛି। ଏଥିରେ ଶିବାର ଲୋକେସନ ମୁମ୍ବାଇ ଥିବା ସୂଚିତ ହେଉଛି। ସେହିପରି ଏକ ଭୋଜପୁରୀ ଗୀତ ‘ନେତା ନା କୌନ ବିଧାୟକ, ମଜନୁ ହମାରା ଖଳନାୟକ’ରେ ରିଲ କରିଛି ଶିବା।

ବାବା ସିଦ୍ଦିକିଙ୍କୁ ହତ୍ୟା କରିବାର କିଛିମାସ ପୂର୍ବରୁ ଶିବା ଗୌତମ ଏକ ଫଟୋ ପୋଷ୍ଟ କରି ଷ୍ଟେଟସ ଦେଇ ଲେଖିଥିଲା, ‘ୟାର ତେରା ଗ୍ୟାଙ୍ଗଷ୍ଟର ହୈ ଜାନି’। ମୁମ୍ବାଇରେ ଏନ୍‌ସିପି ନେତା ବାବା ସିଦ୍ଧିକିଙ୍କୁ ହତ୍ୟା କରିବା ପରେ ଶିବାର ଏହି ପୋଷ୍ଟଗୁଡ଼ିକୁ ଲୋକେ ଅଧିକରୁ ଅଧିକ ଦେଖିବାକୁ ଲାଗିଛନ୍ତି।