ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ନଭେମ୍ବର ୬ ତାରିଖରେ ପୁଣେରୁ ଗୌରବ ଅପୁନେକୁ ଗିରଫ କରିଥିବା ବେଳେ ନଭେମ୍ବର ୭ ତାରିଖରେ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଆଦିତ୍ୟ ରାଜୁ ଗୁଲାଙ୍କର(୨୨) ଓ ରଫିକ ନିୟାଜ ଶେକ(୨୨) ବୋଲି ଜଣାପଡ଼ିଛି।
ଯାଞ୍ଚରୁ ଜଣାପଡ଼ିଛି ଗୁଳିଚାଳନାର ଅଭ୍ୟାସ ପାଇଁ ଗୌରବ ଝାଡ଼ଖଣ୍ଡକୁ ଯାଇଥିଲା। ଜୁଲାଇ ୨୮ ତାରିଖରେ ଗିରଫ ଅଭିଯୁକ୍ତ ରୁପେଶ ସୋହୋଲ ଓ ହତ୍ୟା ଘଟଣାର ମାଷ୍ଟରମାତଇଣ୍ଡ ଥିବା ଶୁଭମ ଲୋନକର ଓ ଗୌରବ ଅପୁନେ ତିନିଜଣ ମିଶି ପୁଣେ-ହଟିଆ ଟ୍ରେନ ଯୋଗେ ଝାଡ଼ଖଣ୍ଡ ଯାଇଥିଲା। ଅଭିଯୁକ୍ତଙ୍କ ପାଖରୁ ଟ୍ରେନ ଟିକେଟ ବି ଜବତ ହୋଇଛି। ଏହି ଟ୍ରେନ ପୁଣେରୁ ରାତି ୧୦.୪୫ ମିନିଟରେ ଯାତ୍ରା ଆରମ୍ଭ କରି ସନ୍ଧ୍ୟା ୪.୪୫ ମିନିଟରେ ହଟିଆ ପହଞ୍ଚିଥାଏ। ତିନିଜଣ ଝାଡ଼ଖଣ୍ଡରେ ପହଞ୍ଚିବା ପରେ ଗୁଳି ଚଲାଇବା ଅଭ୍ୟାସ କରିଥିଲେ। ଶୁଭମ ଲୋନକର ଅଭ୍ୟାସ ପାଇଁ ସମସ୍ତଙ୍କୁ ବନ୍ଧୁକ ବି ଯୋଗାଇ ଦେଇଥିଲା।