ନୂଆଦିଲ୍ଲୀ: ଅକ୍ଟୋବର ୧୨ ତାରିଖ ରାତିରେ ତିନିଜଣ ସୁଟର ଗୁରୁମେଲ୍‌ ବଲଜିତ ସିଂହ, ଧର୍ମରାଜ ରାଜେଶ କାଶ୍ୟପ ଓ  ଶିବ କୁମାର ୬ ରାଉଣ୍ଡର ଅତର୍କିତ ଗୁଳି ଚଳାଇଥିଲେ। ଯେଉଁଥିରେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା। ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ସିଦ୍ଦିକିଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିବା ଦୁଇଜଣ ଅଭିଯୁକ୍ତ ଗୁରୁମେଲ୍‌ ବଲଜିତ ସିଂହ, ଧର୍ମରାଜ ରାଜେଶ କାଶ୍ୟପଙ୍କ ଠାରୁ ପୁଲିସ ଦୁଇଟି ବନ୍ଧୁକ ଜବତ କରିଛି। ଜବତ ହୋଇଥିବା ବନ୍ଧୁକ ମଧ୍ୟରୁ ଗୋଟିଏ  ଦେଶୀ ବନ୍ଧୁକ ଥିବା ବେଳେ ଅନ୍ୟଟି ୟୁରୋପରେ ପ୍ରସ୍ତୁତ ଗ୍ଲକ ବନ୍ଧୁକ ରହିଛି।

ଯାଞ୍ଚରୁ ଜଣାପଡ଼ିଛି ବହରାଇଚର ସୁଟର ଧର୍ମରାଜ କଶ୍ୟପ ବିରୋଧରେ ଜେଲରେ କୌଣସି ଅପରାଧିକ ମାମଲା ରୁଜୁ ହୋଇନାହିଁ। କିନ୍ତୁ ଗୁରୁମେଲ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତାକୁ ଜେଲ ହୋଇଥିଲା। କିଛି ମାସ ପୂର୍ବରୁ ସେ ଜାମିନରେ ଜେଲରୁ ବାହାରକୁ ଆସିଛି। ଏହି ଘଟଣାକୁ ନେଇ ଗୁରୁମେଲର ଜେଜେମା’ କହିଛନ୍ତି, ‘ନାତି ଜେଲରେ ଥିବା ଆମେ ଜାଣିଥିଲୁ କିନ୍ତୁ କିଏ ତାକୁ ଜାମିନରେ ଆଣିଛି। ଆଉ ସେ ବାବ ସିଦ୍ଦିକିଙ୍କୁ କେଉଁ ଉଦ୍ଦେଶ୍ୟରେ ଗୁଳି କରି ହତ୍ୟା କରିଛି ସେ ବିଷୟରେ ଆମେ କିଛି ଜାଣି ନାହୁଁ ଆଜ୍ଞା। ଏହି ଘଟଣାରେ ଆପଣ ଯେଭଳି ଭାବେ ଯାଞ୍ଚ କରିବାକୁ ଚାହୁଁଛନ୍ତି କରନ୍ତୁ ଆମର କୌଣସି ଆପତ୍ତି ନାହିଁ। ଯେତେବେଳେ ଚାହିଁବେ ମୋର ସହଯୋଗ ଲୋଡ଼ି ପାରିବେ।’

ଏହି ଘଟଣାରେ ସାମିଲ ଥିବା ଜିସାନ, ଶୁଭମ ଲୋନକର ଓ ଶିବ କୁମାର ଏଯାବତ ଫେରାର ଅଛନ୍ତି। ଏମାନଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ ତୀବ୍ର କରିଛି। ଏଥିସହିତ ପୁଲିସ ପ୍ରବୀଣ ନାମ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ଶୁଭମ ଲୋନକରର ଭାଇ ଥିବା ଜଣାପଡ଼ିଛି।