ନୂଆଦିଲ୍ଲୀ: ଭବିଷ୍ୟତ କେହି ଦେଖି ନାହାଁନ୍ତି। କିନ୍ତୁ ସମସ୍ତେ ଜାଣିବାକୁ ଚାହାଁନ୍ତି ଭବିଷ୍ୟତରେ କ’ଣ ହେବ। ଲୋକମାନେ ସର୍ବଦା ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛୁକ ଥାନ୍ତି। ଏବେ ଏଭଳି ଏକ ଭବିଷ୍ୟବାଣୀ ବିଷୟରେ ଜଣାପଡ଼ିଛି, ଯାହା ଡରାଇବ ନିଶ୍ଚୟ। ପ୍ରସିଦ୍ଧ ବୁଲଗେରିଆନ୍ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୬କୁ ନେଇ କରିଥିବା ଭବିଷ୍ୟବାଣୀ ଏବେ ବିଶ୍ବ ପାଇଁ ଚିନ୍ତା ପାଲଟିଛି। କୁହାଯାଏ ଯେ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ହୁଏ। ତେଣୁ, ଯଦି ସେ ଏକ ରକ୍ତାକ୍ତ କିମ୍ବା ହିଂସାତ୍ମକ ଭବିଷ୍ୟତର ଭବିଷ୍ୟବାଣୀ କରନ୍ତି, ତେବେ ଏହାକୁ ଗମ୍ଭୀରତାର ସହ ନିଆଯାଇଥାଏ। ଏବେ ତାଙ୍କର ଆଉ ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ।
ବାବା ଭାଙ୍ଗା ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ "ବାଲକନର ନୋଷ୍ଟ୍ରାଦମସ୍" ଭାବରେ ଜଣାଶୁଣା। ବାବା ଭାଙ୍ଗା ପିଲାବେଳେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିବା ବିଶ୍ୱାସ କରାଯାଏ। ୧୯୯୬ ରେ ତାଙ୍କ ମୃତ୍ୟୁ ସତ୍ତ୍ୱେ, ସେ କରିଯାଇଥିବା ଅନେକ ଭବିଷ୍ୟବାଣୀ ଏବେ ସତ ହେବାରେ ଲାଗିଛି। ସେ ଆମେରିକାରେ ୯/୧୧ ଆକ୍ରମଣ ଏବଂ ୨୦୨୨ ରେ ବ୍ରିଟେନରେ ଆସିବାକୁ ଥିବା ଭୟଙ୍କର ବନ୍ୟା ବିଷୟରେ ମଧ୍ୟ ସଠିକ୍ ଭାବରେ ଭବିଷ୍ୟବାଣୀ କରିଥିଲେ।
ଭାଙ୍ଗାଙ୍କ ସବୁଠାରୁ ଚାଞ୍ଚଲ୍ୟକର ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ହେଲା ତୃତୀୟ ବିଶ୍ୱଯୁଦ୍ଧ। ସେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୬ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ। ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ ଏବଂ ଚୀନ ତାଇୱାନକୁ ଦଖଲ କରିବାକୁ ଯଥାସମ୍ଭବ ପ୍ରୟାସ କରିବ। ୨୦୨୬ ମସିହାରେ ରୁଷ ଏବଂ ଆମେରିକା ମଧ୍ୟରେ ସିଧାସଳଖ ମୁକାବିଲା ହେବ, ଯାହା ତୃତୀୟ ବିଶ୍ୱଯୁଦ୍ଧକୁ ତ୍ୱରାନ୍ୱିତ କରିବ।