ହାତକୁ ଚୁମ୍ବନ ଦେଇ କରୋନା ଠିକ୍‌ କରି ଦେବେ ବୋଲି ଦାବି କରୁଥିବା ତାନ୍ତ୍ରିକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ; ଚିକିତ୍ସା ପାଇଁ ଗଲେ ୧୯ ସଂକ୍ରମିତ

ରତଲାମ: କରୋନା ସଂକ୍ରମଣର ଚିକିତ୍ସା ପାଇଁ ସରକାର ବାରମ୍ବାର ଲୋକମାନଙ୍କୁ ଜାଗୃତ କରି ଆସୁଛନ୍ତି। ଏହା ସତ୍ତ୍ୱେ  କିଛି ଲୋକ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଝଡ଼ାଫୁଙ୍କା,ଗୁଣିଗାରେଡ଼ି ଏବଂ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରୁଛନ୍ତି। ମଧ୍ୟପ୍ରଦେଶର ରତଲାମରେ କରୋନା ସଂକ୍ରମଣକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ରତଲାମରେ କିଛି ଅନ୍ଧବିଶ୍ୱାସୀଙ୍କ ଶରୀରରେ କରୋନା ଲକ୍ଷଣ ଚିହ୍ନଟ ହେବା ପରେ ବି ସେ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ନ ଯାଇ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ। ଏହି ତାନ୍ତ୍ରିକ ବି ହାତକୁ ଚୁମ୍ବନ ଦେଇ କରୋନା ଠିକ୍‌ କରି ଦେବେ ବୋଲି ଦାବି କରି ଆସୁଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି କରୋନା ଠିକ୍‌ କରି ଦେବାକୁ ଦାବି କରୁଥିବା ତାନ୍ତ୍ରିକଙ୍କର ଜୁନ୍‌ ୪ ତାରିଖରେ କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Superstition infection Baba used to kiss hand in treatment 19 ...
Naidunia

ତାନ୍ତ୍ରିକଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରଶାସନ ଉକ୍ତ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖି ସମସ୍ତଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିଲା। ଏହି ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରଶାସନ ଉପରେ ଚଡ଼କ ପଡ଼ି ଯାଇଛି। କାରଣ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିବା ୧୯ଜଣଙ୍କ ଶରୀରରେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଏହି ସମସ୍ତ କରୋନା ଆକ୍ରାନ୍ତ ନୟାପୁରା ବାସିନ୍ଦା। ଏହାପରେ ନୟାପୁରା ସହରକୁ କରୋନା ହଟସ୍ପଟ୍‌ ଚିହ୍ନଟ କରାଯାଇଛି।

ପ୍ରଶାସନ ଏହି ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ଖୋଜୁଛି। ଜଣେ ତାନ୍ତ୍ରିକଙ୍କ ଯୋଗୁଁ ସହରରେ କରୋନା ବ୍ୟାପିଥିବାରୁ ପ୍ରଶାସନ ଏପରି ଅନେକ ତାନ୍ତ୍ରିକଙ୍କୁ ଉଠାଇବା ଆରମ୍ଭ କରିଛି। ୨୯ଜଣ ତାନ୍ତ୍ରିକଙ୍କୁ ଏବେ ପ୍ରଶାସନ ସଙ୍ଗରୋଧରେ ରଖିଛି।

Baba who kisses hands for treatment dies due corona 19 more people ...
Hindustan

ରତଲାମର ନୟାପୁରାର ଏହି ତାନ୍ତ୍ରିକ ଝଡ଼ାଫୁଙ୍କା କରୁଥିଲେ ଏବଂ ତାବିଜ ଦେଉଥିଲେ। ବହୁ ସଂଖ୍ୟାରେ ଲୋକେ ତାଙ୍କ ପାଖକୁ ଯାଉଥିଲେ ଏବଂ ଏହି ତାନ୍ତ୍ରିକ ବେଳେବେଳେ ଲୋକଙ୍କ ହାତକୁ ଚୁମ୍ବନ ଦେଇ କରୋନା ଠିକ୍‌ କରିଦେବେ ବୋଲି ଦାବି କରୁଥିଲେ।

ସମ୍ବନ୍ଧିତ ଖବର