ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିବା ବେଳେ ଏବେ ରାଜ୍ୟର ବାବାମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆତ୍ମଘୋଷିତ ଧର୍ମଗୁରୁ କମ୍ପ୍ୟୁଟର ବାବା ଓରଫ୍ ନାମଦେଓ ତ୍ୟାଗୀ ବିଜେପି ନେତୃତ୍ବାଧୀନ ଶିବରାଜ ସିଂହଙ୍କ ସରକାରକୁ ହଟାଇବାକୁ ସଂକଳ୍ପ ନେଇଛନ୍ତି। ଏଥିପାଇଁ ସେ ରାଜ୍ୟର ଅନ୍ୟ ବାବାମାନଙ୍କୁ ଏକଜୁଟ କରିବା ପାଇଁ ପ୍ରୟାସ କରିଛନ୍ତି। ପ୍ରାୟ ୧୧ ଜଣ ବାବା ନାମଦେଓଙ୍କ ସହିତ ହାତ ମିଳାଇଥିବା ବେଳେ ଅନ୍ୟ ବାବାମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଜୋର୍ଦାର ପ୍ରୟାସ ଚାଲିଛି। ଶିବରାଜ ସରକାରରେ ରାଜ୍ୟମନ୍ତ୍ରୀ ପାହ୍ୟା ପାଇଥିବା କମ୍ପ୍ୟୁଟର ବାବା ନାମଦେଓ ଗତ ୧ ତାରିଖ ଦିନ ଇସ୍ତଫା ଦେଇଥିଲେ ଏବଂ ସରକାରଙ୍କୁ ହିନ୍ଦୁ ବିରୋଧୀ ଦର୍ଶାଇଥିଲେ। ଗତକାଲି କମ୍ପ୍ୟୁଟର ବାବା ସରକାରଙ୍କ ବିରୋଧରେ ଆୟୋଜନ କରିଥିବା ସଭାରେ ପ୍ରାୟ ୧ ହଜାର ସାଧୁସନ୍ଥ ଯୋଗ ଦେଇଥିଲେ।
ଶିବରାଜଙ୍କ ବିରୋଧରେ ବାବା ଏକଜୁଟ୍
/sambad/media/post_attachments/wp-content/uploads/2018/10/computer-baba-pti-1540314889.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)